Breaking NewsFeaturedଓଡ଼ିଶାରାଜନୀତି

ନବୀନ ନିବାସରେ ପହଂଚିଲେ ବରିଷ୍ଠ, ମୁଖିଆଙ୍କ ସହ ହେବ ଆଲୋଚନା

ଭୁବନେଶ୍ୱର: ନବୀନ ନିବାସରେ ପହଂଚିଲେ ବରିଷ୍ଠ । ନବୀନଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ମିଟିଂ । ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ହେବ ଆଲୋଚନା । ଦେବୀ ମିଶ୍ର, ଶଶିଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ଆୟୁବ ଖାନ, ରଞ୍ଜିତା ସାହୁ, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂ, ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଯୋଗ ଦେଉଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ତୁଙ୍ଗ ନେତାମାନେ ମଧ୍ୟ ପହଂଚୁଛନ୍ତି ନବୀନ ନିବାସରେ ।
ସଂସଦ ଝଡ଼ ଏବେ ନବୀନ ନିବାସକୁ ଟାଣି ଆଣିଛି ବରିଷ୍ଠ ନେତାଙ୍କୁ । ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ବିଜେପି ପ୍ରସ୍ତାବିତ ୱାକଫ ବିଲ ସପକ୍ଷରେ ଭୋଟ ଦେବା ପରେ ବିଜେଡି ଶିବିରରେ ହୋଇଛି ବଡ଼ ଧରଣର ହଲଚଲ । କିଛି ବିଜେଡି ସାଂସଦ ଏହାକୁ ବିରୋଧ କରିଥିବା ବେଳେ ସସ୍ମିତଙ୍କ ସପକ୍ଷ ଭୋଟକୁ ନେଇ ଏବେ ଜୋର ଧରିଛି ସରଗରମ ମାହୋଲ ।

Related Articles

Back to top button