ସୁଦର୍ଶନ ପଟ୍ଟନାୟକଙ୍କୁ ‘ଫ୍ରେଡ୍ ଡାରିଙ୍ଗଟନ୍’ ସ୍ୟାଣ୍ଡ ମାଷ୍ଟର ଆୱାର୍ଡ

ନୂଆଦିଲ୍ଲୀ : ପୁଣି ବିଦେଶରେ ନିଜର ଚମକ ଦେଖାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବ୍ରିଟେନ୍ ୱେମାଉଥ ସହରରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ନିଜର ଚମତ୍କାର କଳାକୃତି ପାଇଁ ହୋଇଛନ୍ତି ସମ୍ମାନିତ । ବ୍ରିଟେନରେ ପ୍ରଥମ ‘ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ଆଓ୍ବାର୍ଡ଼’ ପାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।
ଏନେଇ ଏକ୍ସରେ ପୋଷ୍ଟ କରିଛନ୍ତି ସୁଦର୍ଶନ । ଯେଉଁଥିରେ ସେ ଲେଖିଛନ୍ତି, UKର ୱେମାଉଥ୍ ଠାରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆହୋଜିତ ହୋଇଥିବାବେଳେ, ସେଠିକା ମେୟର ଜନ୍ ଓରେଲଙ୍କ ଠାରୁ ପ୍ରଥମ ଭାରତୀୟ ବାଲୁକା କଳାକାର ଭାବେ, ସ୍ୟାଣ୍ଡ ୱାର୍ଲ୍ଡ ୨୦୨୫ରେ ‘ଫ୍ରେଡ୍ ଡାରିଙ୍ଗଟନ୍’ ବ୍ରିଟିଶ୍ ବାଲୁକା ମାଷ୍ଟର ପୁରସ୍କାର ପାଇବା ଏକ ସୌଭାଗ୍ୟର କଥା ।
ତେବେ UKରେ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ, ସ୍ୟାଣ୍ଡ ୱାର୍ଲ୍ଡ ୨୦୨୫ରେ ‘ଫ୍ରେଡ୍ ଡାରିଙ୍ଗଟନ୍’ ବ୍ରିଟିଶ୍ ସ୍ୟାଣ୍ଡ ମାଷ୍ଟର ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ କଳାକାର ଭାବରେ ସମ୍ମାନିତ ହୋଇଛନ୍ତି ସୁଦର୍ଶନ । ଯେଉଁଥିରେ ସେ ଏକ ୧୦ ଫୁଟ ଉଚ୍ଚ ଭଗବାନ ଗଣେଶଙ୍କ ବାଲୁକା ମୂର୍ତ୍ତି ନିର୍ମାଣ କରି ବିଶ୍ୱ ଶାନ୍ତିର ସାର୍ବଜନୀନ ବାର୍ତ୍ତା ଦେଇଥିଲେ । ସେପଟେ ସୁଦର୍ଶନଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।