
ଆଠମଲ୍ଲିକ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ । ଆୟ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚାଢ଼ାଉ କରିଛି । ମୋଟ ୯ଟି ଜାଗାରେ ଚାଲିଛି ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣାର ୯ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଆଠମଲ୍ଲିକ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଛନ୍ତି ରାମଚନ୍ଦ୍ର ଶତପଥୀ । ଆଜି ତାଙ୍କ କାର୍ୟ୍ୟାଳୟ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ବାସ ଭବନ ଉପରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲା ଭିଜିଲାନ୍ସ । ଏହି କ୍ରମରେ ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ, ଆଠମଲ୍ଲିକ ବ୍ଲକ କାର୍ୟ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ରେଡ୍ ଚାଲିଛି ।