Featuredଓଡ଼ିଶାସ୍ୱାସ୍ଥ୍ୟ

ହସ୍ପିଟାଲ ବୁଲିଲେ, ବସ୍ତିରେ ଆୟୁଷ୍ମାନ କାର୍ଡ ବାଣ୍ଟିଲେ ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ଡୁମୁଡୁମା ଓ ପୋଖରୀପୁଟ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ଗସ୍ତ କରି ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଓ ଏକାମ୍ର ବିଧାୟକ ବାବୁ ସିଂ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ସମ୍ବନ୍ଧରେ ଆଶା ଏବଂ ହସ୍ପିଟାଲର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସ୍ଥାନୀୟ ଅଂଚଳରେ ମନ୍ତ୍ରୀ ଓ ବିଧାୟକ ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଥିଲେ।

ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ପ୍ରକ୍ରିୟାକୁ ତ୍ୱରିତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ସୁନିଶ୍ଚିତ କରାଯିବ ବୋଲି ସେ ମତ ରଖିଛନ୍ତି । ଏହି ଅବସରରେ ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଆମ ସରକାର ପ୍ରତିବଦ୍ଧ ଅଟନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ଏହାକୁ ଗୁରୁତ୍ଵ ଦେଇ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନକୁ ପ୍ରାଧାନ୍ୟ ଦେବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ।ପ୍ରତିଶ୍ରୁତି ପୂରଣ ହେଲା।ବିକଶିତ ଓଡ଼ିଶା ସହ ବିକଶିତ ଏକାମ୍ର ର ସ୍ୱପ୍ନ ସାକାର ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com