Featuredବିଜ୍ଞାନ ଓ ପ୍ରଯୁକ୍ତି

ସତର୍କ କରାଇଲେ ବୈଜ୍ଞାନିକ , ମନୁଷ୍ୟ ସମାଜ ଲୋପ କରାଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ଆମ ଜୀବନକୁ ବହୁ ଅଧିକ ସହଜ ଆଉ ସରଳ କରିଦେଇଛି ବିଜ୍ଞାନ । ଦିନକୁ ଦିନ ବିଜ୍ଞାନର ଅଗ୍ରଗତି ଆମକୁ ବିଭିନ୍ନ କ୍ଷେତ୍ରରେ ଅପୂର୍ବ ସଫଳତା ଆଣି ଦେଉଛି । ବିଜ୍ଞାନ ବଳରେ ମଣିଷ ଅଜି ଚନ୍ଦ୍ର ଠାରୁ ମଙ୍ଗଳରେ ପହଞ୍ଚି ପାରିଛି । ବୈଜ୍ଞାନିକମାନେ ନିଜର ବୁଦ୍ଧିମତ୍ତା ବଳରେ ମଣିଷ ବନାଇ ମଧ୍ୟ ପାରୁଛି । କିନ୍ତୁ ବିଜ୍ଞାନର ଏହି ଅନିୟନ୍ତ୍ରିତ ବ୍ୟବହାର ଖୁବ୍ ଶୀଘ୍ର ମଣିଷ ସମାଜକୁ ବହୁ କ୍ଷତି ପହଞ୍ଚାଇବ । ତେଣୁ କୌଣସି ଜିନିଷକୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କେବଳ ଆଉ କେବଳ ସର୍ବନାଶର କାରଣ ହିଁ ହୋଇଥାଏ । ଯାହାର ଚେତାବନୀ ବତ୍ତମାନ ବୈଜ୍ଞାନିକମାନେ ଦେଇଛନ୍ତି । ଆର୍ଟିଫିସିଆଇଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଫଳରେ ବିଭିନ୍ନ କ୍ଷେତ୍ରରେ ଏହାର ବହୂଳ ବ୍ୟବହାର ମଧ୍ୟ କରାଯାଉଛି । କିନ୍ତୁ ଏହାର ଏକ ଭୟଙ୍କର ଦିଗ ମଧ୍ୟ ରହିଛି । ତାହା ହେଉଛି ଭୁଲ ତଥ୍ୟ, ମିଥ୍ୟା ତଥ୍ୟ. ଡାଟାର ବ୍ୟକ୍ତିଗତ ଗୋପନୀୟତା, ମାଲୱାୟାର ଭଳି ସୁରକ୍ଷା ପ୍ରସଙ୍ଗ ଯୋଡି ହୋଇ ରହିଛି । ଯଦି ଏହି କୃତ୍ରିମ ବୁଦ୍ଧିମତାକୁ ଠିକ୍ ସମୟରେ ନିୟନ୍ତ୍ରଣ କରାନଯାଏ ତେବେ ଏହା ସମ୍ପୂର୍ଣ୍ଣ ମାନବ ସମାଜକୁ ନଷ୍ଟ କରିଦେବ । କାରଣ ଯଦି ଥରେ ମଣିଷ ଦ୍ୱାରା ବହୁ ଉନ୍ନତ ଗୁଣବତ୍ତାରେ ବିକଶିତ କରାଯାଇଥିବା ମେସିନ୍ ନିଜ ଦିମାଗ ଚଲାଇବା ଆରମ୍ଭ କରିଦିଏ ତେବେ ବିନାଶକୁ କେହି ବି ଅଟକାଇପାରିବେ ନାହିଁ । ଏହି ଏଆଇ ସୁପରମ୍ୟାନ୍ ଏବେ ଶିଶୁ ଅବସ୍ଥାରେ ରହିଛି ଭବିଷ୍ୟତରେ ବିକଶିତ ହୋଇ ଅତି ବୁଦ୍ଧିମତା ସ୍ତରରେ ପହଂଚିଲେ କିମ୍ବା ବୋଧ ଶକ୍ତି ସୃଷ୍ଟି ହେଲେ ଏହା ମଣିଷ ସମାଜ ପାଇଁ ଶତ୍ରୁ ସାଜିବ ବୋଲି ସତର୍କ କରିଦେଇଛନ୍ତି କାଲିଫର୍ଣ୍ଣିଆର ବୈଜ୍ଞାନିକ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଗବେଷଣା କରୁଥିବା କାଲିଫର୍ଣ୍ଣିଆର ବୈଜ୍ଞାନିକ ଏଲିଜର ୟୁଦକୋସ୍କି ସାରା ବିଶ୍ୱକୁ ସତର୍କ କରାଇ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com