ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ସାରା ଓଡ଼ିଶା ପାଳୁଛି କୁଳ ବୃଦ୍ଧଙ୍କ ଜୟନ୍ତୀ ସହିତ ସ୍ୱାଭିମାନ ଦିବସ । ପ୍ରତିଟି ଓଡ଼ିଆ ମନେ ପକାଉଛି ଉତ୍କଳ ଗୌରବଙ୍କୁ । କାରଣ ଆଜି ହେଉଛି ମଧୁ ବାବୁଙ୍କ ୧୭୭ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଧାନସଭା ପରିସରରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମଧୂବାବୁଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିବା ସହିତ ଓଡ଼ିଆ ଜାତି ଏବଂ ଆଧୁନିକ ଓଡ଼ିଶା ଗଠନରେ ମଧୁବାବୁଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନେ ପକାଇଛନ୍ତି। ସେହିପରି ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି। ଏହି ଅବସରରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ୪ ପୂର୍ବରୁ ମଧୁବାବୁଙ୍କ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ଆରମ୍ଭ ହୋଇଥିବାବେଳେ ତାଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରାଯାଉଛି ।