
ଭୁବନେଶ୍ୱର : ଆଜି ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଶେଷକରି ଆୟୁଷ୍ମାନ କାର୍ଡ ନେଇ ଦେଖା ଦେଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହେବ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଘରୋଇ ହସ୍ପିଟାଲ ଓ ଡାକ୍ତରଙ୍କ ସହ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ ।
ଆୟୁଷ୍ମାନ କାର୍ଡକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ସାମ୍ନା କରୁଥିବା ଅସୁବିଧା ଉପରେ ଆଲୋଚନା ହେବ । କାହିଁକି ସମସ୍ୟା ହେଉଛି ? କିପରି ସମାଧାନ ହେବ ? ରୋଗୀ ମାନେ କିପରି ସୁବିଧାରେ ସେବା ପାଇବେ ସେନେଇ ହେବ ଆଲୋଚନା । ତେବେ ଆୟୁଷ୍ମାନ କାର୍ଡକୁ ନେଇ କେବଳ ରୋଗୀ କି ସେମାନଙ୍କ ସମ୍ପର୍କୀୟ ନୁହଁନ୍ତି କିଛି ଘରୋଇ ହସ୍ପିଟାଲ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।