ଓଡ଼ିଶାଜାତୀୟ

ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ

ଭୁବନେଶ୍ୱର :  ରାଜ୍ୟର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ । ଏନେଇ ନିର୍ଦ୍ଦେଶାନାମା ଜାରି କରିଛି ଗୃହ ବିଭାଗ । ଏଥିସହିତ ଛୁଟିଲେ ଥିଲେ ତୁରନ୍ତ ଆସି କାର୍ଯ୍ୟରେ ଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏପରିକି ଟ୍ରେନିଂରେ ଥିଲେ ବି ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ସେହିପରି କୌଣସି IPS ଅଫିସରଙ୍କ ଛୁଟି ମଞ୍ଜୁର ହେବନାହିଁ । ଏନେଇ ଓଡ଼ିଶା ପୋଲିସ ଡିଜିଙ୍କୁ ଚିଠି ମାଧ୍ୟମରେ ଜଣାଇଛି ଗୃହ ବିଭାଗ ।

ସେହିପରି ସମସ୍ତ ଜିଲାପାଳ ଏବଂ RDCଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com