କ୍ରୀଡ଼ାଜାତୀୟମନୋରଞ୍ଜନ

ଟେଷ୍ଟ କ୍ରିକେଟରୁ କୋହିଲଙ୍କ ଅବସର

ନୂଆଦିଲ୍ଲୀ :  ଭାରତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବିରାଟ କୋହଲି । ସୋସିଆଲ ମିଡିଆରେ ସେ ଅବସର ଘୋଷଣା କରିଛନ୍ତି । କୋହଲି ତାଙ୍କ ଅବସର ବିଷୟରେ BCCIକୁ ଜଣାଇଛନ୍ତି। କିନ୍ତୁ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି BCCI ତାଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିଥିଲା। କିନ୍ତୁ ସେ ଟେଷ୍ଟରୁ ସନ୍ନ୍ୟାସ ନେବାକୁ ହିଁ ନିଷ୍ପତ୍ତି ନେଇଛନ୍ତି ।

ଟେଷ୍ଟ କ୍ରିକେଟରୁ ରୋହିତ ଶର୍ମାଙ୍କ ପରେ ଗୋଟିଏ ସପ୍ତାହ ମଧ୍ୟରେ ଏବେ କୋହଲି ଅବସର ନେଇଛନ୍ତି। ଏହା ଭାରତ ପାଇଁ ବଡ଼ ଝଟକା । କୋହଲି ଟେଷ୍ଟରେ ୧୨୩ ମ୍ୟାଚରୁ ୨୧୦ଟି ଇନିଂସ ଖେଳି ୯, ୨୩୦ ରନ୍ କରିଛନ୍ତି । ଏଥିରେ ରହିଛି ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ । ଏହି ଫର୍ମାଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ରନ ୨୫୪ ରହିଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com