ଓଡ଼ିଶାରାଜନୀତି

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଂଗ୍ରେସର ଦାବି

ଭୁବନେଶ୍ୱର :  ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ । ଏପରି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ରାମଚନ୍ଦ୍ର କହିଛନ୍ତି ଯେ, ପହଲଗାମ୍ ଆକ୍ରମଣ, ଅପରେସନ୍ ସିନ୍ଦୂର ଏବଂ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଛି । ତେଣୁ ଏଭଳି ଏକ ସମୟରେ ଜନ ପ୍ରତିନିଧିମାନେ ତୁରନ୍ତ ଏକାଠି ହେବା ଦରକାର ।

ସେପେଟ ଜାତୀୟ ସ୍ତରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସଂସଦର ସ୍ୱତନ୍ତ୍ର ଅଧିବେଶନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏବେ ରାହୁଲଙ୍କ ରାସ୍ତାରେ ରାମଚନ୍ଦ୍ର କାଡାମ ମଧ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅନୁରୋଧ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଆଗକୁ କ’ଣ ଉତ୍ତର ଦେଉଛନ୍ତି ତାହା ଉପରେ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com