ଓଡ଼ିଶା

ଭୁବନେଶ୍ୱରରେ ‘ଆମ ବସ୍’ ଚଳାଚଳ ବନ୍ଦ; ହନ୍ତସନ୍ତ ଯାତ୍ରୀ

 ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍’ ଚଳାଚଳ ବନ୍ଦ । ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବିନା କାରଣରେ ଆମ ବସ୍ ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ତେଣୁ ସୁରକ୍ଷା ଦାବିରେ ଏହି ଆନ୍ଦୋଳନ ଚାଲିଥିବା ଜଣାପଡିଛି। ସେପଟେ ଆମ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ହଜାର ହଜାର ଯାତ୍ରୀ ।

ଆନ୍ଦୋଳନରତ କର୍ମଚାରୀମାନେ ମାଡ଼ ମାରିଥିବା ଲୋକକୁ ଗିରଫ ଦାବିରେ ଅଟଳ ଅଛନ୍ତି। ସରକାର ସୁରକ୍ଷା ଯୋଗାଇଦେଲେ ପୁଣି ବସ୍ ଚଳାଚଳ ସ୍ବାଭାବିକ ହେବ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆନ୍ଦୋଳନ ଚାଲିବ ବୋଲି ବସ୍ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ତେବେ ସରକାର ବସ୍ ଚଳାଚଳ ପାଇଁ କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com