
ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା CBSE ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ ପାଇଛି । ଚଳିତବର୍ଷ ମୋଟ୍ ୮୮.୩୯ ପ୍ରତିଶତ ପାସ୍ ହାର ଥିବାବେଳେ ଓଡ଼ିଶାରେ ପାସହାର ୭୮.୭୪ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ cbse.nic.in କିମ୍ବା cbseresults.nic.in ମାଧ୍ୟମରେ ରେଜଲ୍ଟ ଦେଖିପାରିବେ । ସେହିପରି digilocker.gov.inରେ ମଧ୍ୟ ରେଜଲ୍ଟ ଉପଲବ୍ଧ ।
ଚଳିତ ବର୍ଷ ୧୬ ଲକ୍ଷ ୩୩ ହଜାର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ସେଥିମଧ୍ୟରୁ ୧୬ ଲକ୍ଷ ୨୧ ହଜାର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱର ଜୋନରେ ମୋଟ ପାସହାର ରହିଛି ୮୩.୬୪ ପ୍ରତିଶତ । ଏଥିମଧ୍ୟରୁ ୭୭.୦୫ ପ୍ରତିଶତ ଛାତ୍ରୀ ଏବଂ ୮୦.୭୭ ପ୍ରତିଶତ ଛାତ୍ର ପାସ କରିଛନ୍ତି । ଚଳିତ ବର୍ଷ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।