ଓଡ଼ିଶାଶିକ୍ଷା

ଆରମ୍ଭ ହେଲା ଶିକ୍ଷକମାନଙ୍କ ବଦଳି ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର :  ୨୦୨୫-୨୬ ଶିକ୍ଷାବର୍ଷ ଲାଗି ଶିକ୍ଷକଙ୍କ ବଦଳି ଆବେଦନ ଗୁରୁବାର ଆରମ୍ଭ ହୋଇଛି । ଜୁନ୍ ୧୩ ସୁଦ୍ଧା ଏହି ବଦଳି ପ୍ରକ୍ରିୟା ଶେଷ କରିବାକୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ କୁହାଯାଇଛି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ପ୍ରକାଶ ପାଇଛି ସଂଶୋଧିତ କ୍ୟାଲେଣ୍ଡର ।

ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବଦଳି ନେଇ ମେ’ ୧୫ରୁ ୩୦ ପର୍ୟ୍ୟନ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ମେ ୧୭ ସୁଦ୍ଧା ପ୍ରତି ଜିଲ୍ଲାର ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଅନୁପାତ ଦେବାକୁ OSEPAକୁ ନିର୍ଦ୍ଦେଶ ଦିଆଯାଇଛି। ଜୁନ୍ ୩ ସୁଦ୍ଧା ପ୍ରସ୍ତାବଗୁଡ଼ିକୁ ବ୍ଲକ ଶିକ୍ଷା ଅଧିକାରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇବେ। ସେହିପରି ୫ରେ ସମସ୍ତ ପ୍ରସ୍ତାବଗୁଡ଼ିକୁ ଆନ୍ତଃ ଜିଲା ନିର୍ଦ୍ଦେଶକଙ୍କୁ ପଠାଯିବ। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଡିଏଲଟିସିମାନେ ଜୁନ୍ ୯ରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଅନୁମୋଦନ କରିବେ। ଜୁନ୍ ୧୧ରେ OSEPA ଓ୍ବେବସାଇଟରେ ବଦଳି ତାଲିକା ପ୍ରକାଶ ପାଇବ ଓ ୧୩ରେ ବଦଳି ସ୍ଥାନରେ ଯୋଗଦେବାକୁ କୁହାଯାଇଛି ।

ମେ ୧୫ରୁ ୩୦ ପର୍ୟ୍ୟନ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ବଦଳି ପାଇଁ ଅନଲାଇନରେ ଆବେଦନ କରିପାରିବେ। ୩୧ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆବେଦନ ଫର୍ମଗୁଡ଼ିକର ଯାଞ୍ଚ କରିବା ସହିତ upload କରିବେ। ୫ ଜୁନ୍ ସୁଦ୍ଧା ମେଡିକାଲ ମାମଲାଗୁଡିକୁ ମେଡିକାଲ ବୋର୍ଡକୁ ପଠାଯିବ। ଜୁନ ୧୦ ମଧ୍ୟରେ ମେଡିକାଲ ପରୀକ୍ଷା ଓ ରିପୋର୍ଟକୁ ଗ୍ରହଣ କରାଯାଇ ୧୧ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କ ଡ୍ରାଫ୍ଟ ଲିଷ୍ଟ ପ୍ରସ୍ତୁତ ହେବ। ୧୩ରେ ରାଜ୍ୟସ୍ତରରେ ସ୍ଥାନାନ୍ତର କମିଟି ଦ୍ୱାରା ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କ ଆନ୍ତଃଜିଲା ସ୍ଥାନାନ୍ତର ପାଇଁ ଯୋଗ୍ୟ ତାଲିକାର ଯାଞ୍ଚ ସହିତ ଅନୁମୋଦନ କରାଯିବ। ସେହିପରି ଜିଲ୍ଲାସ୍ତରରେ ସ୍ଥାନାନ୍ତର କମିଟି ଦ୍ୱାରା ଅନ୍ୟ ଶିକ୍ଷକଙ୍କ ସ୍ଥାନାନ୍ତର ପାଇଁ ଯୋଗ୍ୟ ତାଲିକାର ଯାଞ୍ଚ କରି ସେହିଦିନ ହିଁ ଜାରି କରାଯିବ ବଦଳି ନିର୍ଦ୍ଦେଶ । ଅଗଷ୍ଟ ୧୦ ସୁଦ୍ଧା ରିଲିଭ୍ ଓ ଯୋଗଦେବା କାର୍ୟ୍ୟ ସରିବ। ଅଗଷ୍ଟ ୧୦ରୁ ୧୭ଯାଏ ଶିକ୍ଷକଙ୍କ ପ୍ରୋଫାଇଲ ପୁଣିଥରେ ଖୋଲାଯିବ।

ଏହି ବଦଳି ପ୍ରକ୍ରିୟାରେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ଅନୁପାତକୁ ଅନୁଧ୍ୟାନ କରାଯିବ। ସେହି ଅନୁସାରେ ଶିକ୍ଷକ ନିଯୁକ୍ତି ପାଇଁ ମେ ୩୧ ସୁଦ୍ଧା ତାଲିକା କରାଯିବ। ଜିଲା ଶିକ୍ଷା ଅଧିକାରୀ ୨୫ ଜୁନ ସୁଦ୍ଧା ବଦଳି ପାଇଁ ତାଲିକା ପ୍ରସ୍ତୁତ କରିବେ। ୨୫ ଜୁନ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ ବଦଳି ପାଇଁ ଅନୁମତି ପ୍ରଦାନ କରାଯିବା ସହିତ ୩୦ ଜୁନ ମଧ୍ୟରେ ବଦଳି ଅର୍ଡର ବାହାର କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

 

 

Related Articles

Back to top button
WP Twitter Auto Publish Powered By : XYZScripts.com