ମନୋରଞ୍ଜନ
ଜୁନ ୨୦ରେ ରିଲିଜ ହେବ ଅମୀର ଖାଁଙ୍କ ନୂଆ ଚଳଚ୍ଚିତ୍ର “ସିତାରେ ଜମିନ ପର”

ଭୁବନେଶ୍ୱର ୨୫/୦୫ :- ଆସନ୍ତା ଜୁନ ୨୦ ତାରିଖରେ ରିଲିଜ ହେବ ଅମୀର ଖାଁଙ୍କ ନୂଆ ଚଳଚ୍ଚିତ୍ର “ସିତାରେ ଜମିନ ପର” | ଏହି ଚଳଚ୍ଚିତ୍ରର ଟିଜର କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଥିଲା | ତେବେ ଅମୀର ଖାଁ ଏହି ଚଳଚ୍ଚିତ୍ରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଫୁଟବଲ କୋଚ ହେଇଥିବା ଜଣା ପଡିଛି | ଅମୀର ଖାଁ ଙ୍କ ଆଉ ଏକ ଚଳଚ୍ଚିତ୍ର “ତାରେ ଜମିନ ପର” ରେ ମଧ୍ୟ ଅମୀର ଖାଁ ଭିନ୍ନ କ୍ଷମ ଶିଶୁ ମାନଙ୍କ ଶିକ୍ଷକ ହେଇଥିଲେ | ଭିନ୍ନ କ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଅମୀର ଖାଁ ଙ୍କ ଚଳଚ୍ଚିତ୍ର ଦ୍ୱାରା ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟତା ଶୃଷ୍ଟି କରିଛି |
ତେବେ ଭିନ୍ନ କ୍ଷମ ବ୍ୟକ୍ତିଙ୍କ ଲାଗି ଘୃଣା ମନ ଭାବକୁ ଏଡ଼ାଇବା ପାଇଁ ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକା ଗ୍ରହଣ କରିଛି | ଏହି ଚଳଚ୍ଚିତ୍ରର ଏକ ଗୀତ “ଗୁଡ଼ ଫର ନଥିଙ୍ଗ” ଆସନ୍ତା କାଲି ସୋସିଆଲ ମିଡ଼ିଆ ରେ ରିଲିଜ ହେବ ବୋଲି କୁହା ଯାଉଛି |