ଜାତୀୟମନୋରଞ୍ଜନ

ସାମ୍ ବାହାଦୂରରେ ଇନ୍ଦିରା ଗାନ୍ଧୀ ବନିବେ ଫାତିମା ସାନା ସେଖ୍, ଦେଖନ୍ତୁ କିପରି କରୁଛନ୍ତି ପ୍ରସ୍ତୁତି…

ମୁମ୍ୱାଇ: ଫାତିମା ସାନା ଶେଖଙ୍କ ନିକଟରେ ଏବେ ବଡ ବଡ ପ୍ରୋଜେକ୍ଟ ଅଫର ରହିଛି । ଏହି ବଡ ପ୍ରୋଜେକ୍ଟରେ ଫାତିମା ଅଲଗା ଅଲଗା କ୍ୟାରିକ୍ଟରରେ ନଜର ଆସିବେ । ଏହିରି ମଧ୍ୟରୁ ଗୋଟିଏ ଚରିତ୍ର ହେଉଛି ଇନ୍ଦିରା ଗାନ୍ଧି । ନିର୍ଦ୍ଦେଶକ ମେଘନା ଗୁଲଜାର ଫିଲ୍ମ ସାମ ବାହାଦୂରରେ ଇନ୍ଦିରାଙ୍କ ଭୂମିକାରେ ନଜର ଆସିବେ ।

ତେବେ ନିଜର ଖାସ ଅଭିନୟ ବିଷୟରେ ଫାତିମା ସନା ଶେଖ୍ କହିଛନ୍ତି ସେ ଇନ୍ଦିରା ଗାନ୍ଧିଙ୍କ ପିଲାବେଳେର ଲେଖିଥିବା ବହି ସବୁ ପଢୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ରୋଲ ପାଇଁ ସେ ଗୋଟିଏ ଲୁକ୍ ଟେଷ୍ଟ ଦେଇଥିଲେ । ସେ ସାମ ବାହାଦୂରରେସକାମ କରିବା କୁ ଏଥିପାଇଁ ଉତ୍ସାହୀତ ଅଛନ୍ତି ଏହାର କାରଣ ସେ ମେଘନା ଗୁଲଜାରଙ୍କ ସହ କାମ କରିବାର ସୁଯୋଗ ପାଇବେ ।

ସାମ୍ ବାହାଦୂର ଫିଲ୍ମରେ ଅଭିନେତା ବିକ୍କି କୌଶଲ ଲିଡରେ ରୋଲରେ ନଜର ଆସିବେ । ଫିଲ୍ନର କାହଣୀ ଫିଲ୍ଡ ମାର୍ଶଲ ସାମ୍ ମାନେକଶୋଙ୍କ ଜୀବନି ଉପରେ ଆଧାରିତ । ଅଭିନେତ୍ରୀ ସାନ୍ୟା ମଲହୋତ୍ରା ମାନେକଶୌଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଫାତିମା ଏବଂ ସାନ୍ୟାଙ୍କୁ ପୂର୍ବରୁ ଦଙ୍ଗଲରେ ନଜର ଆସିଥିଲେ । ସେ ଅମିର ଖାନଙ୍କ ଫିଲ୍ମରେ ରେସଲର ଗୀତା ଏବଂ ବବିତା ଫୋଗାଟ ଭୂମିକାରେ ନଜର ଆସିଥିଲେ । ଏହାପରେ ଉଭୟ କିଛି ବିଜ୍ଞାପନରେ ନଜର ଆସିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com