ମୁମ୍ବାଇରେ ପ୍ରବଳ ବର୍ଷା; ୧୦୭ ବର୍ଷା ର ରେକର୍ଡ ଭାଙ୍ଗିଲା

ମୁମ୍ବାଇ, ୨୭/୦୫: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସଅଳ ମୌସୁମୀ ବର୍ଷା ଜନଜୀବନକୁ ଗଭୀରଭାବେ ପ୍ରଭାବିତ କରିଛି। ଏହି ବର୍ଷ ମେ’ ମାସରେ ମୁମ୍ବାଇର ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି। ତେବେ ମୌସୁମୀ ବର୍ଷା ୧୬ ଦିନ ପୂର୍ବରୁ ମେ’ ମାସରେ ମୁମ୍ବାଇକୁ ପହଞ୍ଚିଛି, ଯାହା ୬୯ ବର୍ଷରେ ସବୁଠାରୁ ଶୀଘ୍ର ଉଦାହରଣ।
ପ୍ରବଳ ବର୍ଷା ସହ ଜଳବନ୍ଦୀ ସ୍ଥିତି ଦେଖାଦେଇଛି, ବିଶେଷକରି କୁର୍ଲା, ସିଓନ, ଦାଦର ଓ ପାରେଲ ଅଞ୍ଚଳରେ। ରେଳ ଟ୍ରାକରେ ପାଣି ଜମିଥିବାରୁ ଟ୍ରେନ୍ ଏବଂ ଏୟାର ଟ୍ରାଫିକ୍ ଯାତାୟତରେ ମଧ୍ୟ ବାଧାପ୍ରାପ୍ତ ହୋଇଛି। ମୁମ୍ବାଇ ଏୟାରପୋର୍ଟରେ ୨୫୦ ଟି ଫ୍ଲାଇଟ ପ୍ରଭାବିତ ହୋଇଛି, ଯାହା ପାଇଁ ଏୟାରଲାଇନ୍ସ ଆଡ୍ଭାଇଜରି ଜାରି କରିଛି।
IMD ଦ୍ୱାରା ମୁମ୍ବାଇ, ଠାଣେ, ରାୟଗଡ଼ ଓ ରତ୍ନଗିରି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଉପରୋକ୍ତ ବର୍ଷା ପରିସ୍ଥିତି ଦେଖି BMC ଓ MHADA ପକ୍ଷରୁ ସହରରେ ୯୬ଟି ବିପଜ୍ଜନକ କୋଠା ଚିହ୍ନଟ କରାଯାଇଛି, ଯେଉଁଠି ୩,୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ସୁରକ୍ଷା ବ୍ୟବସ୍ଥା ଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ସମସ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରହିବା ନିର୍ଦ୍ଦେଶ ଦେଇଛନ୍ତି।