ଓଡ଼ିଶା
ପୁରୀରେ ମଦ ମାଂସ ନିଷେଧ, ସୂଚନା ଦେଲେ ମନ୍ତ୍ରୀ।

ପୁରୀ ୦୯/ଜୁନ: ଆଗକୁ ଆସୁଛି ରଥଯାତ୍ରା, ଏନେଇ ପୁରୀରେ ଯୋର ସୋରରେ ପ୍ରସ୍ତୁତି ଚାଲିଛି । ରଥଯାତ୍ରା କେମିତି ସୁରକ୍ଷିତରେ ହେବ ସେ ନେଇ ସରକାର ବିଭିନ୍ନ ପଦକ୍ଷେପ ମନ ନେଉଛନ୍ତି । ଭିନ୍ନ ନୂଆ ନିୟମ ସହ କଟକଣା ମାନ ଲାଗୁକରୁଛନ୍ତି ସରକାର । ବର୍ତମାନ ଏକ ସୂଚନା ଆସିଛି, ପୁରୀରେ ନିଷେଧ ହେବ ମଦ ମାଂସ । ପୁରୀରେ ଦୁଇ କିଲୋମିଟର ପର୍ଯନ୍ତ ବନ୍ଦ ହବ ସବୁ ବାର ଓ ମଦ ଦୋକାନ ସହିତ ଆମିଷ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୁରୀ ଏକ ପବିତ୍ର ତୀର୍ଥ ସ୍ଥାନ,ତେଣୁ ଏହିଠାରେ ନିଶା ଓ ଆମିଷ ନିଷେଧ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ପୁରୀକୁ ତୀର୍ଥ ଓ ପଯ୍ୟାତନ ସହର ଭାବେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଏହିପରି କଡା ନିଷ୍ପତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।