ଭୁବନେଶ୍ୱରରେ ରହିବା ହେବ ସହଜ, ସବୁ ଜିଲ୍ଲାର ଲୋକଙ୍କ ପାଇଁ ହେବ ଅତିଥି ଭବନ ।

ଭୁବନେଶ୍ୱର ୦୯/ଜୁନ : ରାଜ୍ୟର ବିଭିନ୍ନ ସ୍ତନରୁ ଭିନ୍ନ ଭିନ୍ନ ନିଜସ୍ୱ କାମ ପାଇଁ ରାଜଧାନୀ ଆସୁଥିବା ଲୋକମାନଙ୍କୁ ନାନା ସମସ୍ୟାର ସମୁଖୀନ ହୋଇ ଅତ୍ୟନ୍ତ ହଇରାଣ ହେବାକୁ ପଡୁଛି । ହୋଟେଲ ଗୁଡିକ ମନ ଇଚ୍ଛା ଅର୍ଥ ଆଦାୟ କରୁଛି ଲୋକମାନଙ୍କ ଠାରୁ, ଯାହା ଫଳରେ ଲୋକ ମନାଙ୍କୁ ବହୁତ ଅସୁବିଧାର ସାମ୍ନା କରିବା ପାଇଁ ପଡୁଛି ଓ ଅତ୍ୟଧିକ ଦେୟ ଦେଇ ହୋଟେଲ ରେ ରହିବାକୁ ପଡୁଛି । ହେଲେ ଏବେ ଆଉ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏ ନେଇ ସରକାର ବଡ ଘୋଷଣା କରିଛନ୍ତି । ବିଭିନ୍ନ ସ୍ତନରୁ ଆସୁଥିଲା ଲୋକ କିପରି ରାଜଧାନୀରେ ସୁରୁଖୁରୁରେ ରହିପାରିବେ ସେଥି ନିମନ୍ତେ ସରକାର ୩୦ଟି ଅତିଥି ଭବନ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ୩୦ଟି ଜିଲ୍ଲାର ଲୋକଙ୍କ ପାଇଁ ୩୦ଟି ଅତିଥି ଭବନ ନିର୍ମାଣ ହେବ । ରାଜଧାନୀରି ଏକ ପ୍ରମୁଖ ସ୍ଥାନରେ ପ୍ରାୟ ତିନି ହଜାର ରୁମ ବିଶିଷ୍ଟ ଅତିଥି ଭବନ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସାକ୍ଷାତକାର ସମୟରେ ଗଣମାଧ୍ୟମରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ପ୍ରତିଦିନ ସ୍ୱାସ୍ଥ୍ୟ ସେବା ଓ ଜରୁରୀ କାମରେ ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକ ରାଜଧାନୀ ଭୁବନେଶ୍ୱର ଆସୁଛନ୍ତି । ହେଲେ ଏଠାରେ ରାତ୍ରିଯାପନ ପାଇଁ ହୋଟେଲ୍ ରେ ଅଯଥା ଅତ୍ୟଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଲୋକମାନଙ୍କରସହାୟତା କରିବା ପାଇଁ ଏହି ବିଶାଳ ଅତିଥି ଗୃହ ସରକାର ନିର୍ମାଣ କରିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଆଗମୀଦିନ ପାଇଁ ଏହା ଏକ ବଡ ପଦକ୍ଷେପ ଅଟେ ।