ଓଡ଼ିଶା
ପାଳନ ହେବ ସମ୍ବିଧାନ ହତ୍ୟା ଦିବସ

ଭୁବନେଶ୍ୱର, ୨୩।୬: ଜୁନ୍ ୨୫ ତାରିଖରେ ସାରା ଦେଶରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ। ସରକାର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମ୍ବିଧାନ ହତ୍ୟା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏ ସମ୍ପର୍କରେ ସମସ୍ତ ରେଜିଷ୍ଟ୍ରାର ଏବଂ ପ୍ରିନ୍ସିପାଲଙ୍କୁ ଏକ ଚିଠି ଲେଖିଛନ୍ତି।
ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ତମ ବାର୍ଷିକୀ ଅବସରରେ, ଲୋକଙ୍କୁ ସଚେତନ କରାଯିବ ଏବଂ ସମ୍ବିଧାନର ସୁରକ୍ଷା ଏବଂ ଲୋକଙ୍କ ଅଧିକାର ବିଷୟରେ ଆଲୋଚନା କରାଯିବ।