ଓଡ଼ିଶାଜାତୀୟ

ଦେଶ ସମ୍ବିଧାନରେ ଚାଲିବ ମନୁସ୍ମୃତିରେ ନୁହେଁ – ରାହୁଲ ଗାନ୍ଧୀ

 

ଭୁବନେଶ୍ୱର ୨୪|୦୬: ଗଞ୍ଜାମ ଧରାକୋଟରେ ଘଟିଥିବା କଙ୍ଗାରୁ କୋର୍ଟର ଏକ କରୁଣ ପରିଣତି ସାମ୍ନାକୁ ଆସିଛି | ଏହାକୁ ନେଇ ଏବେ ତେଜିଛି ରାଜନୀତି | ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କରି ବୁଲାଇଲେ ଆଉ ଆଣ୍ଠେଇ ଆଣ୍ଠେଇ ଗାଁ ବୁଲାଇବା ଓ ଘାସ ଖୁଆଇବା ସହିତ ନର୍ଦ୍ଦମା ପାଣି ପିବାକୁ ବାଧ୍ୟ କରାଯାଇଥିଲା । ଏ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ସରକାରକୁ ଟାର୍ଗେଟ୍ କରିବା ସହ ଟ୍ୱିଟ କରିଛନ୍ତି ଯେ ଦେଶ ସମ୍ବିଧାନରେ ଚାଲିବ ମନୁସ୍ମୃତିରେ ନୁହେଁ ।

ରାହୁଲ ଗାନ୍ଧୀ ସୋସିଆଲ୍ ମିଡିଆରେ ଏହି ଘଟଣା ସମ୍ପର୍କରେ ପୋଷ୍ଟ ସେୟାର୍ କରି ଲେଖିଛନ୍ତି, ଓଡ଼ିଶାରେ ଦୁଇ ଦଳିତ ଯୁବକଙ୍କୁ ଆଣ୍ଠୁରେ ଚଲାଯିବା ସହିତ ଘାସ ଖୁଆଇବା ଘଟଣା ଅମାନବୀୟ ଅଟେ । ଯେଉଁମାନେ ଜାତି ଏବେ ଏକ ମୁଦ୍ଦା ନୁହେଁ ବୋଲି କହୁଛନ୍ତି, ସେମାନଙ୍କ ପାଇଁ ଏ ଘଟଣା ଆଇନା ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ତା ସହିତ ଏ ଦେଶ ସମ୍ବିଧାନ ଦ୍ୱାରା ଚାଲିବ, ମନୁସ୍ମୃତିରେ ନୁହେଁ ବୋଲି କହିଛନ୍ତି କଂଗ୍ରେସର ସାଂସଦ ।

Related Articles

Back to top button
WP Twitter Auto Publish Powered By : XYZScripts.com