ଓଡ଼ିଶାଜାତୀୟ

ରାଜ ରାସ୍ତାରେ ଗର୍ଜୁଛନ୍ତି ବିଜେଡି ସମର୍ଥକ

ଭୁବନେଶ୍ୱର ୨୫|୦୬ : ରାଜଧାନୀ ରାଜରାସ୍ତାରେ ବିଜେପି କରୁଛି ଆନ୍ଦୋଳନ | ରାଜ୍ୟରେ ମହିଳାମାନେ ଆଉ ସୁରକ୍ଷିତ ନୁହଁନ୍ତି। ପ୍ରତିଦିନ ମହିଳାମାନେ ନିର୍ଯାତିତ ହେଉଛନ୍ତି। ସେଥିପାଇଁ ଆଜି ବିଜେଡିର ଡାକରାରେ ରାଜ୍ୟର ବିଭିନ୍ନ କଲେଜ ସମ୍ମୁଖରେ ବିଜେଡିର ଛାତ୍ର ଏବଂ ଯୁବକମାନେ ପ୍ରତିବାଦ କରୁଛନ୍ତି। ଆଜି ବୋଲଗଡ଼ ପିଏନ କଲେଜ ସମ୍ମୁଖରେ ବିଜେଡି ପ୍ରତିବାଦ କରିଛି। ଏହି ପ୍ରତିବାଦରେ ଶହ ଶହ କଲେଜ ଛାତ୍ର ସାମିଲ ହୋଇଥିଲେ।

ସେମାନେ କଲେଜ ସମ୍ମୁଖରେ ୫୭ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ଏବଂ କୁଶପୁତ୍ତଳିକା ଜାଳି ପ୍ରତିବାଦ କରିଥିଲେ। ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଏଥିରେ ଯୋଗ ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ବିପଦରେ ଅଛି। ଏଠାରେ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି। ସେ ପ୍ରତିବାଦରେ ଚେତାବନୀ ଦେଇଥିଲେ ଯେ ସରକାର ସଚେତନ ନହେଲେ ପରିସ୍ଥିତି ଭୟଙ୍କର ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com