ଆଉଟସୋର୍ସିଂ ହଟାଓ ;ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର ୨୬|୦୬ : ମୁଖ୍ୟମନ୍ତ୍ରୀ ବାହାର ଠିକାଦାରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୦ ବର୍ଷ ପୁରୁଣା ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟସୋର୍ସିଂ ଫାର୍ମ ସମ୍ପର୍କରେ ରିପୋର୍ଟ ମାଗିବା ପାଇଁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥିବା ବେଳେ ଆଉଟସୋର୍ସିଂ ଫାର୍ମକୁ କାହିଁକି କାମ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଆମର ଇଞ୍ଜିନିୟରିଂ ବିଭାଗଗୁଡ଼ିକରେ ସର୍ଭେ, ତଦନ୍ତ, ଡିଜାଇନ୍, ଆକଳନ ଇତ୍ୟାଦି ପ୍ରାରମ୍ଭିକ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଉପ-ବିଭାଗ ଅଛି। କିଛି ବର୍ଷ ପୂର୍ବରୁ ସରକାରୀ ଇଞ୍ଜିନିୟରମାନେ ଏହି ସମସ୍ତ କାମ କରୁଥିଲେ। ଏବେ ଆଉଟସୋର୍ସିଂ କାହିଁକି ଦେଖାଯାଇଛି ? ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ କେଉଁ ବିଭାଗ ଏବଂ ଘରୋଇ ଫାର୍ମଗୁଡ଼ିକୁ ଆଉଟସୋର୍ସିଂ ମାଧ୍ୟମରେ କି ପ୍ରକାରର କାମ ଦିଆଯାଇଛି ତାହାର ତଥ୍ୟ ସଂଗ୍ରହ ଏବଂ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।