ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଅପେକ୍ଷାରେ ଭକ୍ତଗଣ, ରତ୍ନବେଦି ଛାଡି ଚାଲି ଆସୁଛନ୍ତି ଭଗବାନ ।

ପୁରୀ ୨୭/ଜୁନ୍ : ଆଜି ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା, ଉତ୍ସବରେ ଭକ୍ତ, ଚାରିଆଡେ ଶଙ୍ଖ, ଘଣ୍ଟ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠୁଛି ବଡଦାଣ୍ଡ । ରଥରେ ତିନି ଦିଅଁକୁ ଦେଖିବା ପାଇଁ ବ୍ୟାକୁଳରେ ଚାହିଁ ବସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ମହାପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପୋୖରାଣିକ ଭେଷରେ ନୃତ୍ୟ କରି ଶ୍ରୀଜୀଉ ଙ୍କୁ ଆକୃଷ୍ଟ କରିବା ଲକ୍ଷ ନେଇ ଧାଇଁ ଆସିଛନ୍ତି ଭକ୍ତ, ଖାଲି ଭାରତରୁ ନୁହେଁ ବିଦେଶରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଆସିଛନ୍ତି। କେବଳ ସନ୍ନତନି ମାନେ ମହାପ୍ରଭୁଙ୍କୁ ଦେଖିପାରୁଥିଲେ, ହେଲେ ଆଜି ଏପରି ଏକ ପବିତ୍ର ଦିନ ଶ୍ରୀଦିଅଁ ରତ୍ନ ବେଦି ଛାଡି ନିଜ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଚାଲିଆସୁଛନ୍ତି ରଥକୁ । ଆଜିର ଦିନରେ ସବୁବର୍ଗର ଭକ୍ତ ଭଗବାନଙ୍କୁ ଭେଟି ମୋକ୍ଷ ପ୍ରାପ୍ତି ସହ କୋଟି ଜନ୍ମର ତପସ୍ୟାର ଫଳ ପାଇବେ । ଆଜିର ଦର୍ଶନ ଭକ୍ତମାନଙ୍କ ପାଇଁ ଏକ ଗଭୀର ଆଧ୍ୟାତ୍ମିକ ଏବଂ ଭାବପ୍ରବଣ ମୁହୂର୍ତ୍ତ। ସେଥିପାଇଁ ଲକ୍ଷ ଲକ୍ଷ ଭକ୍ତ ସକାଳରୁ ଏହି ପବିତ୍ର ଦର୍ଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି। କେବେ ହେବ ଭକ୍ତ ଓ ଭଗବାନଙ୍କ ଦିବ୍ୟ ର୍ମିଳନ…” ସମସ୍ତଙ୍କ ଆଖିରେ ଅପେକ୍ଷା, କେତେବେଳେ ତିନି ଦିଅଁ ରଥକୁ ଆସିବେ, ବ୍ୟାକୁଳରେ ଚାହିଁ ବସିଛନ୍ତି ଭକ୍ତ ଗଣ ।

Related Articles

Back to top button
WP Twitter Auto Publish Powered By : XYZScripts.com