ଅନ୍ୟାନ୍ୟ

ସିସିଟିଭିରେ କାଏଦ ହେଲା ଲୋମ ଟାଙ୍କୁରା ଦୃଶ୍ୟ…..

କୋଲକାତା ୩୦/ଜୁନ୍ : ପୁଣି କୋଲକାତାରେ ଲଜ୍ୟା, ଦକ୍ଷିଣ କୋଲକାତା ଆଇନ କଲେଜରେ ଘଟିଥିବା ଏହି ଗଣବଳାତ୍କାର ଘଟଣା ସମଗ୍ର ରାଜ୍ୟକୁ ଆନ୍ଦୋଳିତ କରିଛି। ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କୁ ଗତ ଦିନରେ କଲେଜର ଗାର୍ଡ ରୁମକୁ ବଳପୂର୍ବକ ଟାଣି ନେଇ ବଳାତ୍କାର କରାଯିଥିବା ଘଟଣାର ଭୟଙ୍କର ସତ୍ୟତା ଏବେ ସିସିଟିଭି ଫୁଟେଜ ଦ୍ୱାରା ପ୍ରମାଣିତ ହୋଇଛି। ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର, ଯିଏ ତୃଣମୂଳ ଯୁବ ଶାଖା ସଦସ୍ୟ ବୋଲି ଜଣାପଡ଼ିଛି, ତିନିଜଣ ମିଶି ବଳପୂର୍ବକ ଛାତ୍ରୀଙ୍କୁ ଗାର୍ଡ ରୁମକୁ ନେଇଯାଇ ବଳାତ୍କାର କରିଥିଲେ। ଘଟଣା ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ଭିଡିଓ କରୁଥିଲେ, ଯାହା ଦ୍ୱାରା ସେମାନେ ପରେ ପୀଡିତାଙ୍କୁ ବ୍ଲାକମେଲ କରିପାରିବା ଉଦ୍ଦେଶ୍ୟ ରଖିଥିଲେ। ପୋଲିସ ତତ୍ପରତା ସହ ଘଟଣା ତଦନ୍ତ କରୁଛି ଏବଂ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମନୋଜିତଙ୍କ ଉପରେ ହକି ଷ୍ଟିକ ସାହାଯ୍ୟରେ ପୀଡିତାଙ୍କୁ ଆଘାତ କରିବାର ଅଭିଯୋଗ ମଧ୍ୟ ଆଣାଯାଇଛି, ଏବଂ ସେହି ହକି ଷ୍ଟିକ ଏବେ ପ୍ରମାଣ ଭାବେ ପୋଲିସ ନିକଟରେ ଅଛି। ତାଙ୍କ ଲାଲ କୁର୍ତ୍ତା, କଳା ସର୍ଟସ ଓ ପ୍ୟାଣ୍ଟ ଜବତ କରାଯାଇଛି, ଏବଂ ଡିଏନଏ ପରୀକ୍ଷା ପାଇଁ ନମୁନା ଗ୍ରହଣ କରାଯାଇଛି। ଗାର୍ଡ ରୁମରେ ମିଳିଥିବା କେଶର ଗଣ୍ଠି ଓ ଫୁଟେଜରେ ପୀଡିତାଙ୍କୁ ଦୌଡ଼ି ଭାଗିବା ସ୍ପଷ୍ଟ ଭାବେ ଦେଖାଯାଉଛି, ଯାହା ତାଙ୍କ ଅଭିଯୋଗକୁ ସଦୃଢ କରୁଛି। ଏହି ଘଟଣା ରାଜନୈତିକ ମାନଚିତ୍ରରେ ମଧ୍ୟ ଆଳୋଚନାର କେନ୍ଦ୍ରବିନ୍ଦୁ ହୋଇଥିଲେ ମଧ୍ୟ, ଦଳ ସ୍ପଷ୍ଟ କହିଛି ଯେ ଅଭିଯୁକ୍ତଙ୍କୁ ଶିଘ୍ର ଓ କଠୋର ଦଣ୍ଡ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com