ରାଜନୀତି

କିଏ ହେବ ରାଜ୍ୟ ବିଜେପି ନୂଆ ସଭାପତି ?

ଭୁବନେଶ୍ୱର ୩୦/ଜୁନ୍ : ରାଜ୍ୟରେ ବିଜେପି ଦଳ ମାହଲ ଗରମ । କିଏ ହେବେ ବିଜେପିର ନୂଆ ରାଜ୍ୟ ସଭାପତି –ଏହା ଉପରେ ସଭିଙ୍କ ଦୃଷ୍ଟି, ତେବେ କେତେଜଣଙ୍କ ନାଁ ତଥା ଗୋଲକ ମହାପାତ୍ର, ବିରଞ୍ଚି ତ୍ରିପାଠୀଙ୍କ ନାମ ଏହି ପଦ ପାଇଁ ଚର୍ଚ୍ଚାରେ ଅଛି । ଏହା ସହ ବର୍ତ୍ତମାନ ସଭାପତି ମନମୋହନ ସାମଲଙ୍କୁ ଆଉ ଥରେ ଏହି ପଦରେ ରଖିବାକୁ ବିଚାର ହେଉଛି ବୋଲି ଶୁଣିବାକୁ ମିଳୁଛି । ସେପଟେ ବିଜେପି ସରକାରର ଅନେକ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ଖାଲି ପଡିଛି। ରାଜ୍ୟ ସଭାପତି ନିର୍ବାଚନ ପରେ ଏହି ସମସ୍ତ ପଦ ଭର୍ତ୍ତି କରାଯିବ । ଏହ ସହିତ ନୂଆ ସଭାପତି ଆସିଲେ ୬ଟି ଖାଲି ଥିବା ମନ୍ତ୍ରୀ ପଦବୀ ଭର୍ତ୍ତି ହେବ ସହ ମନ୍ତ୍ରିମଣ୍ଡଳ ରେ ଅଦଳବଦଳ ହେବା ସମ୍ଭାବନା ମଧ୍ୟ ରହିଛି। ଅନ୍ୟ ପଟେ ପୁରୀ ଅଘଟଣ ପାଇଁ ମର୍ମାହତ ହୋଇ ଭାଜପା ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ କରାଯାଇଛି,ବୋଲି ଆଜି ସୂଚନା ଦେଇଛନ୍ତି ବାଲେଶ୍ୱର ସଂସଦ ପ୍ରତାପ ଷଡ଼ଙ୍ଗୀ । ତେବେ ଜୁଲାଇ ୧ ତାରିଖରେ ହେବାକୁ ଥିଲା ନିର୍ବାଚନ ଯାହା ଏବେ ସ୍ଥଗିତ ହୋଇଛି । ଆଗକୁ ଦେଖିବା ବାକି ରହିବ କେବେ ଓ କିଏ ହେବ ନୂଆ ସଭାପତି? କଣ ଫୁଣି ଥରେ ମନମୋହନଙ୍କୁ ସୁଯୋଗ ମିଳିବ? ନା ଆଉ କିଏ ବାଜି ମାରିବ ଆଗକୁ ଦେଖିବାକୁ ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com