ଓଡ଼ିଶା
BMC ଅତିରିକ୍ତ କମିଶନର ବିରୁଦ୍ଧରେ ଧମକ ଦେବା ଅଭିଯୋଗ, ସ୍ବଚ୍ଛ ସାଥୀଙ୍କ ଖୋଲାସା

ଭୁବନେଶ୍ୱର, ୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ବିରୁଦ୍ଧରେ ଧମକ ଦେବା ଓ ଚାକିରି ବିଳୋପ କରିବା ଚେଷ୍ଟା ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଜଣେ ସ୍ବଚ୍ଛ ସାଥୀ। ସେ କହିଛନ୍ତି ଯେ ବିଜେପି ରାଲି ପାଇଁ ଲୋକ ନେଇ ଯିବାରୁ ତାଙ୍କୁ ଧମକ ମିଳୁଥିଲା ଏବଂ ରାଲିରେ ଯିବା ଦାଣ୍ଡ ସ୍ୱରୂପ ଚାକିରିରୁ ବାହାର କରିବା ବିଷୟରେ ଭୟ ଦେଉଥିଲେ। ତାଙ୍କ ଅନୁସାରେ, ୩୪ ନଂ ୱାର୍ଡ କର୍ପୋରେଟର ଓ ତାଙ୍କ ସ୍ୱାମୀ ଏହି ଧମକ ଦେଉଥିଲେ।
ଏହି ଅନ୍ୟାୟ ବିଷୟରେ ସେ ଜଣେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜଣାଇଥିଲେ। ଜଗନ୍ନାଥ ପ୍ରଧାନ ଏହା ପରେ ରତ୍ନାକର ସାହୁଙ୍କୁ ଫୋନ କରିଥିଲେ, କିନ୍ତୁ ତାଙ୍କ ପ୍ରତି ବ୍ୟବହାର ଖରାପ ହୋଇଥିଲା। ସ୍ବଚ୍ଛ ସାଥୀ ଅଭିଯୋଗ କରିଛନ୍ତି ଯେ ନ୍ୟାୟ ନମିଳିଲେ ସେମାନେ ଧାରଣା ଦେବେ। ଏହି ଘଟଣା ସାମାଜିକ ମାଧ୍ୟମରେ ମଧ୍ୟ ଭାଇରାଲ ହୋଇଛି ଓ ଚର୍ଚ୍ଚାରେ ରହିଛି।