ଓଡ଼ିଶା

ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଆଖି ବୁଜିଲେ ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ  । ଶିବାଜୀ ପଟ୍ଟନାୟକ ତିନିଥର ଭୁବନେଶ୍ୱର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ  ।  କମ୍ୟୁନିଷ୍ଟ ପାର୍ଟି ଟିକେଟରୁ ଲଢିଥିଲେ ସମସ୍ତ ନିର୍ବାଚନ । ସ୍ୱର୍ଗତ ଶିବାଜୀ ପଟ୍ଟନାୟକ ୧୯୭୭, ୧୯୮୯ ଓ ୧୯୯୧ ମସିହାରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ  । ଜଣେ ସାମ୍ୟବାଦୀ ନେତା ଏବଂ ସିପିଆଇର ବରିଷ୍ଠ ନେତା ହେଉଛନ୍ତି ଶିବାଜୀ ପଟ୍ଟନାୟକ  ।

ମିଳିଥିବା ସୂଚନା ମୁତାବକ ସ୍ୱାସ୍ଥ୍ୟଗତ କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ ଶିବାଜୀ ପଟ୍ଟନାୟକ  । ବୟସ ଅଧିକ ହେତୁ ବିଭିନ୍ନ ରୋଗରେ ପିଡ଼ିତ ଥିଲେ ସେ  । ଆଜି ମଧ୍ୟାହ୍ନରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି  । ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଶିବାଜୀ ପଟ୍ଟନାୟକ  ।

Related Articles

Back to top button
WP Twitter Auto Publish Powered By : XYZScripts.com