Featuredମୌସୁମୀ

Train derailed due to heavy rain, passengers please let us know how they are doing.

ଗୁରୁଃଗ୍ରାମ ୧୦/ଜୁଲାଇ : ପ୍ରବଳ ବର୍ଷା ପରେ ଜାମ୍ମୁରୁ ପଞ୍ଜାବ ଯିବା ମାଲବାହୀ ଟ୍ରେନ ଲଖନପୁର (କାଠୁଆ ଜିଲ୍ଲା) ନିକଟରେ ଟ୍ରାକ୍ ନଷ୍ଟ ହେବା ଫଳରେ ଲାଇନ୍ ଚ୍ୟୁତ ହୋଇଛି । ଭୂସ୍ଖଳନ ଓ ମାଟି ପଥର ଧସି ଟ୍ରାକ୍ ଉପରେ ପଡିଥିବା ଥିବାରୁ ଏହି ଦୁର୍ଘଟଣା ଘଟିଛି । ରେଳ ଅଧିକାରୀ ରାମ ବାହାଦୁର କହିଛନ୍ତି ଯେ ବର୍ଷାର କାରଣରୁ ଟ୍ରାକ୍ ଉପରେ ଅବରୋଧ ସୃଷ୍ଟି ହୋଇଥିଲା ଓ ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇପଡିଥିଲା । ଏହା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଛି । ଏହି ଘଟଣା ଏକ ଗମ୍ଭୀର ଚିନ୍ତାର ବିଷୟ ହେବା ସହିତ ରେଳ ଯାତ୍ରା ସୁରକ୍ଷା ପାଇଁ ଅଧିକ ସତର୍କତା ଆବଶ୍ୟକ ବୋଲି ଜଣାଯାଇଛି । ଏପଟେ ଦିଲ୍ଲୀ ଓ ଗୁରୁଗ୍ରାମରେ ଲଗାତାର ବର୍ଷା ପାଇଁ ସମସ୍ତ ଜୀବନ ମାନ୍ଦି ପଡିଛି । ଦିଲ୍ଲୀରେ ବର୍ଷା ସହ ଭୂକମ୍ପ ଅନୁଭୂତ ହେବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଯମୁନା ନଦୀର ଜଳସ୍ତର ବଢ଼ିବା ସହ ଆଗାମୀ ଦିନରେ ଜଳବନ୍ଦୀ ଭୟଙ୍କର ଅବସ୍ଥା ନେବା ଆଶଙ୍କା ରହିଛି । ଗୁରୁଗ୍ରାମରେ ଗତକାଲି ବର୍ଷାର ପରିମାଣ ଏତେ ବେଶି ଥିଲା ଯେ ରାସ୍ତା, ବଜାର, ଅଫିସ ସମେତ ପୂରା ସହର ଜଳମଗ୍ନ ହୋଇଥିଲା । ଲୋକମାନେ ଗାଡି ଛାଡି ପାଇଁ ଚେଷ୍ଟା କରୁଥିଲେ । ଆଜି ବି ଏହି ଅବସ୍ଥା ଚାଲିଛି, ଯେଉଁଥି ପାଇଁ ସ୍ଥାନୀୟ ଅଧିକାରୀମାନେ ତ୍ରାଣ ଓ ପାନି ନିଷ୍କାସନ କାମ ଜାରି ରଖିଛନ୍ତି ।

 

Related Articles

Back to top button