ଓଡ଼ିଶା

ଯୌତୁକ ପାଇଁ ବୋହୂକୁ ହତ୍ୟା !

 

ଖଲ୍ଲିକୋଟ,୧୪।୦୭: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ବୋହୂ ଦେହରେ ପେଟ୍ରୋଲ ଢାଳି ଶାଶୁଘର ଲୋକେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

କହ୍ନେଇପୁରର ଆକାଶ ପରିଡ଼ା ସେହି ଗ୍ରାମର ଆରତୀଙ୍କୁ ଦୁଇ ବର୍ଷ ତଳେ ପ୍ରେମ ବିବାହ କରି ଘରକୁ ଆଣିଥିଲେ। ବିବାହର କିଛି ମାସ ପରେ ସ୍ବାମୀ ଆକାଶ ରୋଜଗାର ଉଦ୍ଦେଶ୍ୟରେ ଦୁବାଇ ଚାଲି ଯାଇଥିଲେ। ଅନ୍ୟପକ୍ଷେ ଅଧିକ ଯୌତୁକ ଦାବି କରି ବୋହୁ ଆରତିଙ୍କୁ ଶାଶୁ ଘର ଲୋକେ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ ବୋଲି ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି।

ରବିବାର ରାତିରେ ଶାଶୁ ଏବଂ ବୋହୂଙ୍କ ଭିତରେ ବଚସା ହୋଇଥିଲା। ସୋମବାର ସକାଳେ ଦିଅର ଏବଂ ଶାଶୁ ମିଶି ଆରତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବାକୁ ଅଭିଯୋଗ ହୋଇଛି।

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଆରତୀଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଶରୀରର ୪୦ ପ୍ରତିଶତ ପୋଡି ଯାଇଥିବାରୁ ଗୁରୁତର ଅବସ୍ଥାରେ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ମେଡ଼ିକାଲରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଅଧିକ ପଚରଉଚରା କରିଥିବା ବେଳେ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

Related Articles

Back to top button