ଓଡ଼ିଶାରାଜନୀତି

Congress will challenge BJP in Parliament.

ଭୁବନେଶ୍ୱର ୧୬/ଜୁଲାଇ : ବାଲେଶ୍ୱର ଏଫଏମ ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁ ଏବେ ସାରା ଓଡ଼ିଶା ଏବଂ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାରେ, ଜଣେ ବିଭାଗ ମୁଖ୍ୟଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଦୁଃଖଦ ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଓଡ଼ିଶା ସରକାରଙ୍କ ଉପରେ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ମହିଳା ସୁରକ୍ଷା ଅତ୍ୟନ୍ତ ଖରାପ ସ୍ଥିତିରେ ଅଛି ଏବଂ ସରକାର ଏ ସମ୍ପର୍କରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଅଳକା ଲାମ୍ବା ଘୋଷଣା କରିଛନ୍ତି ଯେ କଂଗ୍ରେସ ଦଳ ଗୁରୁବାର ଓଡ଼ିଶା ବୟକଟ କରିବ ଏବଂ ୨୧ ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଏହି ଘଟଣାକୁ ପ୍ରାଥମିକତା ଦେବ। ସଂସଦ ଘେରାଉ କରିବା ଏବଂ ଓଡ଼ିଶା ସରକାରଙ୍କ ବିରୋଧରେ ନ୍ୟାୟ ଦାବି କରିବାର ଯୋଜନା ରହିଛି। ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବହିନପତିଙ୍କ ନେତୃତ୍ୱରେ ବାଲେଶ୍ୱରରେ ଏକ ବିଶାଳ କର୍ମୀ ସମ୍ମିଳନୀ ଆୟୋଜନ କରାଯାଉଛି, ଯେଉଁଥିରେ ଅଳକା ଲାମ୍ବା ମଧ୍ୟ ଅଂଶଗ୍ରହଣ କରିବେ। ସେ ସୌମ୍ୟଶ୍ରୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବେ ଏବଂ ନ୍ୟାୟ ଦାବି କରିବେ। ସଂସଦର ଏହି ଆନ୍ଦୋଳନ ଏବଂ ଘେରାଉ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।

 

 

 

 

 

 

 

 

 

 

Related Articles

Back to top button