ଓଡ଼ିଶାରାଜନୀତି

BJP alone in the opposition house, struggle continues!

ଭୁବନେଶ୍ୱର ୧୭/ଜୁଲାଇ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି (୧୭ ଜୁଲାଇ) ରାଜ୍ୟରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଘୋଷଣା କରିଛି। ଏହି ବନ୍ଦ ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ଏବଂ ପରେ ଭୁବନେଶ୍ୱର ଏମସ୍‌ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ପାଳନ କରାଯାଉଛି। ଛାତ୍ରୀଙ୍କ ଜୀବନ ହାନି ପରେ ବିପକ୍ଷ ଦଳମାନେ ନ୍ୟାୟ ଦାବିରେ ଏକ ପରେ ଏକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଘଟଣା ଓ ତା’ପରେ ହେଉଥିବା ରାଜନୈତିକ ପ୍ରତିକ୍ରିୟା ଓ ଆନ୍ଦୋଳନ ସମସ୍ତଙ୍କ ମନକୁ ବିଚଳିତ କରିଛି। ଏହି ଘଟଣା ପ୍ରତି ନିଜ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ମଧ୍ୟ ବାଲେଶ୍ୱର ବନ୍ଦ ଓ ସଂସଦ ଘେରାଉ କରିଥିଲେ। ବିପକ୍ଷ ଦଳମାନେ ସିଧାସଳଖ ରାଜ୍ୟ ବିଜେପି ସରକାରକୁ ଟାର୍ଗେଟ କରି ବାରମ୍ବାର ଇସ୍ତଫା ଦାବି କରୁଛନ୍ତି। ରାଜ୍ୟରେ ଚାଲିଥିବା ଅସନ୍ତୋଷ ଏବଂ ଅରାଜକତା ମଧ୍ୟରେ ଏବେ ସମସ୍ତଙ୍କ ଟାର୍ଗେଟରେ ବିଜେପି ସରକାର। କଂଗ୍ରେସ ଏହି ବନ୍ଦ ସହ ଏହି ଆନ୍ଦୋଳନକୁ ଗଭୀର ରୂପ ଦେଇଛି, ଏବଂ ଆଗାମୀ ଦିନରେ ସଂସଦ ଘେରାଉ ର ଚେତାବନୀ ମଧ୍ୟ ଦେଇଛି। ଏହି ଆନ୍ଦୋଳନ ରାଜ୍ୟରେ ବିରାଜିତ ଅସନ୍ତୋଷ ଏବଂ ସରକାରଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ଅସନ୍ତୋଷର ଏକ ପ୍ରତିକ୍ରିୟା।

Related Articles

Back to top button