ମନୋରଞ୍ଜନ

I have no connection with Alt Balaji Telefilms: Ekta Kapoor

ମୁମ୍ବାଇ ୨୬/ଜୁଲାଇ : କେନ୍ଦ୍ର ସରକାର ଅପତ୍ତିଜନକ ଏବଂ ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ କରୁଥିବା ଉଲ୍ଲୁ, ଅଲ୍ଟ ସହିତ ମୋଟ ୨୫ଟି ଆପ୍‌ ଉପରେ ପ୍ରତିବନ୍ଧ ଘୋଷଣା କରିଛି। ଏହି ପଦକ୍ଷେପ ପରେ ଗଣମାଧ୍ୟମରେ ଏହା ସଂପର୍କରେ ଅନେକ ଖବର ଆସୁଥିବାରେ ଦେଖାଯାଇଛି ଯେ ଅଲ୍ଟ ନାମକ ଆପ୍‌ ଏକତା କପୁରଙ୍କ କମ୍ପାନିର ସହାୟକ ଉଦ୍ୟମ ଥିବା ଆଭାସ ମିଳିଛି। ଏହା ପରେ ଏକତା କପୁରଙ୍କୁ ଲାଗିଥିବା କ୍ଷତି ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ଦାବି ହେଉଛି। ଏହି ଦାବି ମଧ୍ୟରେ ଏକତା କପୁର ସୋସିଆଲ ମିଡିଆରେ ଏକ ଅଧିକାରିକ ବିବୃତି ଜାରି କରି ସ୍ପଷ୍ଟ କରିଛନ୍ତି ଯେ, ସେ ଏବଂ ତାଙ୍କର ମାତା ଶୋଭା କପୁର ୨୦୨୧ ମସିହାରୁ ଅଲ୍ଟ ଆପ୍ ସହିତ ଅନ୍ୟ ଆପରେ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଯାଇଛନ୍ତି। ସେମାନେ ଏହି ଆପ୍ ସହିତ ବର୍ତ୍ତମାନ କୌଣସି ଧରଣର ଦିଗଦର୍ଶନ, ମାଲିକାନା ବା ବ୍ୟବସାୟିକ ଭୂମିକାରେ ନାହାନ୍ତି। ଏହି ସ୍ପଷ୍ଟିକରଣ ମାଧ୍ୟମରେ ସେ ଗଣମାଧ୍ୟମ ଓ ଜନତାଙ୍କୁ ଭ୍ରମରୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି। ଏକତା କପୁର ତାଙ୍କ ବିବୃତିରେ ଏହା ମଧ୍ୟ କହିଛନ୍ତି ଯେ, ବାଲାଜୀ ଟେଲିଫିଲ୍ମସ୍ ଲିମିଟେଡ୍ ସମସ୍ତ ଆଇନୀ ନିୟମ ଓ ନିୟମାବଳୀ ପାଳନ କରେ ଏବଂ ଏହି କମ୍ପାନି ସତ୍ୟନିଷ୍ଠା, ପାରଦର୍ଶିତା ଓ ଦାୟିତ୍ୱ ସହିତ ପରିଚାଳିତ ହୁଏ। ତେଣୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଯେ, ତଥ୍ୟ ସଠିକ୍ ଭାବେ ଉପସ୍ଥାପନ କରାଯାଉ ଏବଂ ଅସତ୍ୟ ଖବର ଦ୍ୱାରା ତାଙ୍କର ଅପବାଦ ହେବାକୁ ଦିଆଯିବ ନାହିଁ।

 

Related Articles

Back to top button