ଓଡ଼ିଶାରାଜନୀତି

BJD in favor of no-confidence motion, will topple government

ଭୁବନେଶ୍ୱର ୨୬/ଜୁଲାଇ : ବିଧାନସଭାରେ ଭାଜପା ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ରାଜ୍ୟର ରାଜନୀତି ଗରମ ହୋଇଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ବିଜେଡିକୁ ଆହ୍ବାନ ଦେଇଛନ୍ତି ଯେ, ଯଦି ସେମାନେ ସତରେ ଭାଜପା ସରକାରକୁ ହଟାଇବାକୁ ଚାହୁଁଛନ୍ତି, ତେବେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ, କଂଗ୍ରେସ ତାହାକୁ ସମର୍ଥନ ଦେବ। ଏହି ପ୍ରସ୍ତାବର ମୂଳ କାରଣ ହେଉଛି ଏଫଏମ କଲେଜରେ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ରାଜ୍ୟରେ ନାରୀ ର୍ନିଯାତନା। ଭକ୍ତ ଦାସ କହିଛନ୍ତି ଯେ, ଏହି ଅବସ୍ଥା ଦେଖି ସୁପ୍ରିମକୋର୍ଟ ମଧ୍ୟ ଲଜ୍ଜା ବୋଧ କରୁଛି। ଅନାସ୍ଥା ପ୍ରସ୍ତାବ ନେଇ ବିଜେଡି ସ୍ପଷ୍ଟ ମତ ରଖିନାହିଁ। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, “ଆମେ ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ଆଲୋଚନା ପାଇଁ ପ୍ରସ୍ତୁତ।” ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ଅନାସ୍ଥା ନେଇ ତାଲମେଳ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ। ଅନ୍ୟପଟେ ରାଜସ୍ବ ମନ୍ତ୍ରୀ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ସଂଖ୍ୟା ଗରିଷ୍ଠତା ପାଇଁ ଆଉ ମାତ୍ର ୬-୭ ବିଧାୟକ ଆବଶ୍ୟକ। ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ପାଇଁ ଆମେ ପ୍ରସ୍ତୁତ। ୧୪ ଜଣ କଂଗ୍ରେସ ବିଧାୟକ ସହିତ ଜଣେ ସିପିଆଇ ବିଧାୟକ ବି ଅଛନ୍ତି। ସେ ଅନୁମାନ କରିଛନ୍ତି ଯଦି ବିଜେଡି ସମର୍ଥନ ନ କରେ, ତେବେ ସେମାନେ ଭାଜପା ସହିତ ଅଛନ୍ତି ବୋଲି ଜଣାପଡ଼ିବ। ଅନାସ୍ଥା କାଟ ଖାଇବ କି ନାହିଁ ତାହା ଭୋଟିଂ ପରେ ଜଣାପଡ଼ିବ। ଏହି ପରିସ୍ଥିତିରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବା ନିଶ୍ଚିତ।

Related Articles

Back to top button