
ଢେଙ୍କାନାଳ ୧୨/ଅଗଷ୍ଟ : ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ୨ ନମ୍ବର ଓୱାର୍ଡର ଅଜୟ କୁମାର ବେହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଦେଶର ମଧ୍ୟମେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଯାଇଛି। ପ୍ରେମଲତା ଏକ ଘରୋଇ ଏଲଏଟି ସଂସ୍ଥାରୁ ୮୦ ହଜାର ଟଙ୍କା ଋଣ ନେଇଥିଲେ ଓ ସେ ତାହାର କିସ୍ତି ପାଇଁ ପ୍ରତିମାସ ୪ ହଜାର ଟଙ୍କା ଦେଉଥିଲେ। ମାସିକ ୧୦ ତାରିଖ ଦିନ କିସ୍ତି ଦେବା ପାଇଁ ସ୍ବାମୀଙ୍କୁ ଅନୁରୋଧ କଲେ ବେଳେ, ସ୍ବାମୀ ଦରମା ପାଇଲେ ଦେବାକୁ କହିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ପରେ, ପ୍ରେମଲତା ଆତ୍ମହତ୍ୟା ପ୍ରୟାସ କରିଥିଲେ। ସେ ନିଜ ଶରୀରରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଘଟଣା ସମୟରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରୁ ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ଖାନା କର୍ମଚାରୀମାନଙ୍କ କଥାନୁସାରେ, ତାଙ୍କ ଶରୀରର ପ୍ରାୟ ୬୦% ଅଂଶ ପୋଡ଼ିଯାଇଛି।ଘଟଣା ସମ୍ପର୍କରେ ଖବର ପାଇ ଭୁବନ ଥାନା ଅଧିକାରୀ ଧିରେନ ସାଇଁ ଏବଂ କାମାକ୍ଷାନଗର ଏସଡିପିଓ ରଜନୀ କାନ୍ତ ସାମଲ ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ କରିଛନ୍ତି। ସହି ସମୟରେ ଜିଲ୍ଲା ସାଇଣ୍ଟିଫିକ ଦଳ ମଧ୍ୟ ପହଞ୍ଚି ତଦନ୍ତ କରିଛି। ଭୁବନ ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣା ସଂପର୍କରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ ହୋଇନାହିଁ, ତେବେ ତଦନ୍ତ ଜାରି ରହିଛି।