
କଟକ, ତା-୧୬/୦୮/୨୦୨୫: କଟକ ଯୋବ୍ରା କେନାଲ ରୋଡ଼ରେ ଖୋଲିଲା ୱାଲ୍ଡ ଅଫ୍ ନ୍ୟୁଟ୍ରିସନ୍ ର ଦ୍ବିତୀୟ ଆଉଟଲେଟ । ଆଉ ଏହି ଆଉଟଲେଟ କୁ ଉଦଘାଟନ କରିଛନ୍ତି ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ । ପୂର୍ବରୁ କଟକ କନିକା ଛକରେ ୱାଲ୍ଡ ଅଫ୍ ନ୍ୟୁଟ୍ରିସନ୍ ର ପ୍ରଥମ ଆଉଟଲେଟ ଥିବାବେଳେ ସାରା ଭାରତ ବର୍ଷରେ ୬ଗୋଟି ଷ୍ଟୋର ରହିଛି । ନୂତନ ଆଉଟଲେଟ୍ ରେ ରହିଛି ୧୫ଟି ଦେଶର ନାମୀଦାମୀ ବ୍ରାଣ୍ଡର ନ୍ୟୁଟ୍ରିସନ୍ ଯାହା ଆପଣଙ୍କ ଲାଇଫ ଷ୍ଟାଇଲକୁ ଆହୁରି ହେଲଦି କରିବ । ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ଶରୀରକୁ ସଠିକ୍ ପରିମାଣର ଖାଦ୍ୟ ପୋଷଣ ମିଳିପାରୁନି ଯାହା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ସାମ୍ନାକୁ ଆସୁଛି । ଏବଂ ଏହି ନ୍ୟୁଟ୍ରିସନ୍ ପ୍ଲାନ୍ ଦ୍ଵାରା ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳିଯିବ ବୋଲି କୁହନ୍ତି ୱାଲ୍ଡ ଅଫ୍ ନ୍ୟୁଟ୍ରିସନ୍ ର ବିଜୟ ମିଶ୍ର । ସେହିଭଳି ଦୂତି ଚାନ୍ଦ କହିଛନ୍ତି ଆଜିକାଲିର ଯୁବପୀଢ଼ି ମାନେ ଯେଉଁଭଳି ଭାବରେ ନିଶା ଦ୍ରବ୍ୟ ସେବନ କରୁଛନ୍ତି ସେସବୁ ରୁ ଦୂରେଇ ସପ୍ଲିମେଣ୍ଟ ନେଲେ ଏକ ସୁସ୍ଥ ଜୀବନ ବଞ୍ଚିପାରିବେ ।