ଓଡ଼ିଶା

ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ପୁରୀ: ପୁରୀ ଲୋକନାଥ ମନ୍ଦିର ର ସେବାୟତ ଶିବ ରାମ ପାତ୍ର କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ 3 ଜଣ ଅଭିଯୁକ୍ତ କୁ ଅଟକ ରଖିଛି । ଏତଲା ରେ ଉଲେଖ ଥିବା ବ୍ୟକ୍ତି ଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଚି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ କୁ ପୋଲିସ ଅଟକ ରଖି ହତ୍ୟାକାଣ୍ଡ ର କାରଣ ନେଇ ପଚରା ଉଚରା କରୁଛି ।

ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପାରିବାରିକ ବିବାଦକୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିବା ପୁରୀ ଏସପି କହିଛନ୍ତି ।

ସେପଟେ ଧାର୍ମିକ ନଗରୀ ସହରରେ ପୁରୀ ଗୁଳିକାଣ୍ଡ ଘଟଣା ବଢି ଚାଲିଥିବା ବେଳେ ଚୋରା ବନ୍ଧୁକ କାରବାର ବଢିବାରେ ଲାଗିଛି । ଅପରାଧୀ ମାନେ ଖୁଲମ ଖୁଲା ବନ୍ଧୁକ ବ୍ୟବହାର କରି ଅପରାଧ ଭିଆଉଛନ୍ତି । ତେବେ ପୁରୀ ସହରରେ ଚୋରା ବନ୍ଧୁକ କାରବାର ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ 5 ଟିମ ଗଠନ କରାଯାଇଛି।

ବନ୍ଧୁକ କୋଉଠୁ ଅଶୁଚି ଓ କିଏ ବିକୁଛି ତାକୁ ଧରିବା ପାଇଁ ପୋଲିସ କାର୍ଯ୍ୟ ଆରଂଭ କରିଛି । ଖୁବ ଶୀଘ୍ର ବନ୍ଧୁକ ରାକେଟ ର ପରଦା ଫାସ ହେବ। ବନ୍ଧୁକ ବ୍ୟବସାୟୀ ଆମେ ଧରିବାରେ ସଫଳ ହେବୁ ବୋଲି ପୁରୀ ଏସପି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com