ଜାତୀୟ

Rahul Gandhi's allegations of vote rigging and strong warning to the Election Commission

ବିହାର ୧୯/ ଅଗଷ୍ଟ : ବିହାରର ଗୟା ରାଲିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନ କମିଶନ ଓ ଭୋଟର ତାଲିକା ସଂଶୋଧନ (SIR) ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ଦୁଇ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଭୋଟର ତାଲିକା ରେ ଅନିମିତତା ଓ “ଭୋଟ ଚୋରି” ପ୍ରସଙ୍ଗରେ ଦାୟୀ। ରାହୁଲ କହିଛନ୍ତି ଯଦି ଇଣ୍ଡିଆ ବ୍ଲକ ସରକାର ଗଠନ କରିଥାଏ, ତେବେ ଏହି ତିନି ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଏହି ପ୍ରକ୍ରିୟାକୁ “ଭାରତ ମାତାର ଆତ୍ମା ଉପରେ ଆକ୍ରମଣ” ବୋଲି ଉଳ୍ଲେଖ କରି ବିଜେପି ଉପରେ ଭି ଆକ୍ରମଣ କରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ ବିଜେପି ସପକ୍ଷରେ କାମ କରୁଛି ଏବଂ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିହାରରେ ଏକ “ବିଶେଷ ପ୍ୟାକେଜ୍” ଭଳି। ସେ କହିଛନ୍ତି ଯେ ଏହି ଭୋଟ ଚୋରି ଘଟଣା ବିହାରର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜନତା ମଧ୍ୟରେ ଉଜାଗର କରାଯିବ। ଏହି ବିବୃତ୍ତି ପୂର୍ବରୁ ନିର୍ବାଚନ କମିଶନ ରାହୁଲଙ୍କୁ ଦାବି ପ୍ରମାଣ କରିବାକୁ ସତ ଦିନର ଅଲ୍ଟିମେଟମ୍ ଦେଇଥିଲା, ନଚେତ୍ ଏହାକୁ ଅପ୍ରମାଣିତ ବୋଲି ଘୋଷଣା କରାଯିବ। ଏହା ସାମ୍ପ୍ରତିକ ରାଜନୈତିକ ପରିପ୍ରେକ୍ଷିତିରେ ବିହାରରେ ଭାବୀ ନିର୍ବାଚନକୁ ନେଇ ଏକ ଗମ୍ଭୀର ଭୂମିକା ନେଇପାରିବ। ରାହୁଲ ଗାନ୍ଧୀଙ୍କ ଏହି ଆକ୍ରମଣ ଦଳୀୟ ରାଜନୀତିରେ ନୂଆ ଚର୍ଚ୍ଚା ଏବଂ ଉତ୍ତେଜନା ସୃଷ୍ଟି କରିଛି।

Related Articles

Back to top button