ଜାତୀୟ

କର୍ତ୍ତବ୍ୟ ପଥର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ;  ୮-୯ ଆଜିଠାରୁ ରାଜପଥ ନାମ ବଦଳି ଯିବ। ବିଜୟ ଚୌକ ଓ ଇଣ୍ଡିଆ ଗେଟକୁ ସଂଯୋଗ କରୁଥିବା ରାସ୍ତା ରାଜପଥ, ବର୍ତ୍ତମାନ ଇତିହାସରେ ପରିଣତ ହେବ । ପ୍ରାୟ ୩ କିଲୋମିଟର ଲମ୍ୱା ରାଜପଥ ବର୍ତ୍ତମାନ ଏକ ନୂତନ ରୂପରେ କର୍ତ୍ତବ୍ୟପଥ ଭାବରେ ପରିଚିତ ହେବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ତ୍ତବ୍ୟ ପଥର ଉଦଘାଟନ କରିବେ । କେବଳ ରାଜପଥ ନାମ ବଦଳୁନାହିଁ, ରାଜପଥର ପୁରା ରୂପ ମଧ୍ୟ ବଦଳିଯିବ। ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ । ପିଏମ ମୋଦି ଆଜି ସେଣ୍ଟ୍ରାଲ ଭିଷ୍ଟାର ଏକ ଅଂଶ ଦେଶ ପାଇଁ ଉତ୍ସର୍ଗ କରିବେ ।  ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୭ ଟାରେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ । ଏହା ସହିତ ଇଣ୍ଡିଆ ଗେଟରେ ନେଟାଜୀଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଅନାବରଣ କରିବେ। ନେତାଜୀଙ୍କ ଏକ ହୋଲଗ୍ରାମ ଇଣ୍ଡିଆ ଗେଟ୍ ଠାରେ ସ୍ଥାପିତ ହୋଇଥିଲା ଯାହାର ଉଚ୍ଚତା ୨୮ ଫୁଟ। ଏହାର ଓଜନ ୬୫ ମେଟ୍ରିକ୍ ଟନ୍ ଓ ଏହା ଲାଲ ଗ୍ରାନାଇଟରେ ଖୋଦିତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com