ଜାତୀୟ

‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ଅନସଙ୍ଗ ହିରୋଙ୍କର ଦେଲେ ଉଦାହରଣ

ନୂଆଦିଲ୍ଲୀ() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୮୫ ତମ ତଥା ୨୦୨୨ର ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିଛନ୍ତି । ରବିବାର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଦେଶକୁ ଉଦବୋଧନ ଦେଇଛନ୍ତି ପ୍ର୍ରଧାନମନ୍ତ୍ରୀ । ଦେଶର ସ୍ୱଧୀନତାରେ ବାପୁଙ୍କର ବଳିଦାନକୁ ସମ୍ମାନ କରିବା ପାଇଁ ତାଙ୍କର ପୁଣ୍ୟତିଥିରେ ଶହୀଦ ଦିବସ ପାଳନ କରାଯାଇଥାଏ । ଏମିତିରେ ପ୍ରଧାନମନ୍ତ୍ରୀ ପ୍ରଥମେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏହା ପରେ ସେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଛି ଦିନ ପୂର୍ବେ ପାଳନ ହୋଇଛି ଗଣତନ୍ତ୍ର ଦିବସ । ଏହା ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ଉତ୍ସାହ ଭରିଦେଇଛି । ସେ କହିଛନ୍ତି ଆଜାଦୀ କା ଅମୃତ ମହୋତ୍ସବ ଜରିଆରେ ରାଷ୍ଟ୍ରୀୟ ପ୍ରତୀକକୁ ପତିଷ୍ଠିତ କରୁଛି । ଏହି ପ୍ରୟାସ ରେ ‘ଅମର ଯବାନ ଜ୍ୟୋତି’ କୁ ‘ଜାତୀୟ ଯୁଦ୍ଧ ସ୍କାରକ’ ରେ ଜ୍ୟୋତିକୁ ଏକ କରାଯାଇଛି ।

ପଦ୍ମ ପୁରସ୍କାରକୁ ନେଇ ମଧ୍ୟ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି ପଦ୍ମ ପୁରସ୍କାର ପାଇଥିବା ଲୋକ ମଧ୍ୟରେ କେହି ଏମିତି ନାହାଁନ୍ତି ଯାହାକୁ କେହି ଜାଣିନାହଁନ୍ତି । ଏମାନେ ଆମ ଦେଶର ଅନସଙ୍ଗ ହିରୋ । ଯେଉଁମାନେ ଅସାଧାରଣ କାମ କରିଛନ୍ତି ।

ଏହା ସହ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ବସନ୍ତୀ ଦେବୀ । ମଣିପୁର ର ୭୭ ବର୍ଷୀୟ ଲୌରେମ୍ବମ ବିନୋ ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ଦିଆଯିବା କଥା କହିଛନ୍ତି । ସେ କହିଛନ୍ତି ଅମୃତ ମହୋତ୍ସବ ର ଆୟୋଜନ ମଧ୍ୟରେ ଦେଶରେ ଅନେକ ମହତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ଦିଆଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ସେହି ପିଲାମାନଙ୍କୁ ମିଳିଛି ଯେଉଁମାନେ ଛୋଟ ବୟସରେ ସାହାସିକ କାମ କରିଛନ୍ତି ଏବଂ ପ୍ରେରଣାଦାୟୀ ହୋଇଛି ।

ଗତ ବର୍ଷ ୨୬ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଶେଷ ଥର ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିଥିଲେ । ଯେଉଁଥିରେ ସେ କରୋନା ଭାଇରସ ସହ ଅନେକ ବିଷୟରେ କହିଥିଲେ । ଶୁଣନ୍ତୁ ସଂପୂର୍ଣ୍ଣ ‘ମନ କି ବାତ୍’…

Related Articles

Back to top button
WP Twitter Auto Publish Powered By : XYZScripts.com