ଜାତୀୟ

ହୋଟେଲରେ ମହିଳାଙ୍କୁ ଦୁଷ୍କର୍ମ କଲେ ବ୍ୟବସାୟୀ, ଡି-ଗ୍ୟାଙ୍ଗ୍ ଦ୍ବାରା ଦେଲେ ହତ୍ୟା ଧମକ

ମୁମ୍ବାଇ: ମୁମ୍ବାଇ ଜୁହୁ ଅଞ୍ଚଳରେ ୩୫ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମହିଳାଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ୭୫ ବର୍ଷ ବୟସ୍କ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ, ମୁମ୍ବାଇ ଜୁହୁ ଅଞ୍ଚଳରେ ଥିବା ଏକ ପଞ୍ଚତାରକା ହୋଟେଲରେ ଜଣେ ବ୍ୟବସାୟୀ ଜଣେ ମହିଳା ଲେଖିକାଙ୍କ ସହ ଦୁଷ୍କର୍ମ କରିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଭିନ୍ନ ଭିନ୍ନ ଧାରାରେ ମାମଲ ରୁଜୁ କରଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ନାଁରେ ପୀଡିତାଙ୍କୁ ଧମକାଇଥିଲେ । ସେ ଯଦି ପୋଲିସ ନିକଟରେ ଅଭିଯୋଗ କରନ୍ତି ତେବେ ସେ ତାଙ୍କୁ ଜୀବନରୁ ମାରିଦେବେ । ପୀଡିତା ମହିଳା ମୁମ୍ବାଇର ଅମ୍ବୋଲି ଥାନାରେ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲେ । ଏହାସହ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଡି-ଗ୍ୟାଙ୍ଗ ରୁ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ ନକରିବାକୁ ଧମକ ଦିଆଯାଇଥିଲା ।

ଅଭିଯୁକ୍ତ ବ୍ୟବସାୟୀ ଜଣଙ୍କ ମହିଳାଙ୍କଠାରୁ ୨ କୋଟି ଟଙ୍କା ଧାର ନେଇଥିଲେ ଏବଂ ଫେରାଉନଥିଲେ । ଯେତେବେଳେ ପୀଡିତା ଏ ନେଇ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଅଭିଯୁକ୍ତ ବ୍ୟବସାୟୀ ଏବଂ ଦାଉଦ ଇବ୍ରାହିମ ସହ ଜଡିତ ଲୋକମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ବର୍ତ୍ତମାନ ମାମଲାକୁ ଅମ୍ବୋଲି ପୋଲିସଠାରୁ ଏମଆଇଡିସି ପୋଲିସକୁ ହସ୍ତାନ୍ତର କରାଯାଇଛି । ଏମଆଇଡିସି ପୋଲିସ ମହିଳାଙ୍କ ଅଭିଯୋଗ ଉପରେ ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com