ଜାତୀୟ

ହରଡ ଡାଲିର କୃତ୍ରିମ ଅଭାବ ଆଶଂକା କଲେ କେନ୍ଦ୍ର ସରକାର

ସାରା ଦେଶରେ ହରଡ ଡାଲିର କୃତ୍ରିମ ଅଭାବ ଦେଖାଦେଇପାରେ । ଏଭଳି କିଛି ବର୍ଗ ଯୋଜନା କରୁଥିବା ସନ୍ଦେହ କରିଛନ୍ତି କେନ୍ଦ୍ର ସରକାର । ଏହି କାରଣରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ମହଜୁଦକାରୀଙ୍କ ନିକଟରେ ଥିବା ଡାଲିର ପରିମାଣକୁ ତଦାରଖ କରିବା ପାଇଁ । ଗତ ୬ ସପ୍ତାହ ମଧ୍ୟରେ ଦେଶରେ ହରଡ ଓ ବିରି ଡାଲିର ଦର ଅଚାନକ ଭାବେ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଏଭଳି ଅପ୍ରତ୍ୟାସିତ ଭାବେ ଡାଲିର ଦରବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ । ଏସବୁ ଉପରେ ନଜର ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇ କୁହାଯାଇଛି କି, ରାଜ୍ୟଗୁଡିକରେ ଥିବା ମହଜୁଦକାରୀଙ୍କ ଉପରେ କଡା ନଜର ରଖିବାକୁ ।

ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ମୁତାବକ ଡାଲି ମହଜୁଦକାରୀ ସେମାନଙ୍କ ଷ୍ଟକ ବାବଦରେ ତଥ୍ୟ ଦେବାକୁ କୁହାଯାଇଛି । ସେପଟେ ଉକ୍ତ ଷ୍ଟକକୁ ତଦାରଖ କରିବା ସହ ତଥ୍ୟର ଯାଂଚ ପାଇଁ ରାଜ୍ୟଗୁଡିକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟକ ସଂକ୍ରାନ୍ତରେ ସମସ୍ତ ତଥ୍ୟକୁ ସାପ୍ତାହିକ ଭିତ୍ତିରେ ଖାଉଟି ମନ୍ତ୍ରଣାଳୟର ଥିବା ଅନଲାଇନ୍ ମନିଟରିଂ ପୋର୍ଟାଲରେ ଅପଲୋଡ କରିବାକୁ ମହଜୁଦକାରୀଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି କେନ୍ଦ୍ର ତାର ନୋଟିସରେ ଲେଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com