ଓଡ଼ିଶା
ସୁନ୍ଦରଗଡ଼ରୁ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର; ସୁନ୍ଦରଗଡ଼ରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଜିଲ୍ଲାର ସଦର ବ୍ଲକ ଅଧୀନ ଅଉଁଲା ଜୋର ଗାଁରୁ ଏହାକୁ ଉଦ୍ଧାର କରାଯାଇଛି । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏହାର ଓଜନ ୩ କିଲୋ ରହିଛି । ଅଧିକ ଅର୍ଥ ଲୋଭରେ ବାହାରକୁ ଚାଲାଣ କରାଯାଉଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଛି ।