ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଦଶହରାରେ ହେବନି ସୁଉଚ୍ଚ ତୋରଣ : ହାଇକୋର୍ଟ

କଟକ;  ତୋରଣ ଉପରେ କଟକଣା ଲଗାଇଲେ ହାଇକୋର୍ଟ । ଏଥର ଦଶହରାରେ ସୁଉଚ୍ଚ ତୋରଣ କରିପାରିବେ ନାହିଁ ପୂଜା କମିଟି । ସେହିପରି ସାଉଣ୍ଡ ଉପରେ ମଧ୍ୟ ଲାଗିଛି କଟକଣା । ୬୫ ଡେସିବଲରୁ ଅଧିକ ଶବ୍ଦ ଡାକବାଜିରେ ଶୁଣାଇ ପାରିବେ ନାହିଁ । ଲୋକଙ୍କ ସୁରକ୍ଷା ଏବଂ ପୂଜାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଏଭଳି ଆଦେଶ ଦେଇଛନ୍ତି କୋର୍ଟ । ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ମାନେ ଉଚ୍ଚ ଉଚ୍ଚ ତୋରଣ ଏବଂ ଲାଇଟ ଗେଟ୍ କରିଥାନ୍ତି । ତାହା ଏବର୍ଷ ହେଇପାରିବ ନାହିଁ । କୋର୍ଟଙ୍କ ଶବ୍ଦ କଟକଣା ଆଦେଶକୁ କିଛି ପୂଜା କମିଟି ଗ୍ରହଣ କରୁଥିବା ବେଳେ ତୋରଣ କଟକଣା ପାଇଁ କିଛି ବଡ ବଡ କମିଟି ଗୁଡିକର ମନ ଦୁଃଖ ହୋଇଛି ।

Related Articles

Back to top button