
ଭୁବନେଶ୍ୱର ୨୨/୦୮/୨୦୨୫ : ଉନ୍ମୋଚିତ ହୋଇଛି ନେତାଜୀ ଅଭିନନ୍ଦନଙ୍କ ଲିଖିତ ପୁସ୍ତକ ‘ଭଏସେସ ଆଣ୍ଡ ଭୋଟ୍ସ’ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଇଷ୍ଟର୍ନ ମିଡ଼ିଆ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ଅଧ୍ୟାପକ ବିଶ୍ୱରଂଜନ ଏହାର ଉନ୍ମୋଚନ କରିଛନ୍ତି । ୨୦୨୪ ନିର୍ବାଚନ ଓ ଫଳାଫଳକୁ ନେଇ ଏହି ପୁସ୍ତକ ଲେଖା ଯାଇଛି । ଏହି ପରିପ୍ରେକ୍ଷୀରେ ଆଜିର ଏହି କାର୍ଯ୍ୟକ୍ରମରେ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ରାଜନୈତିକ ବ୍ୟକ୍ତିତ୍ୱ ମାନଙ୍କ ସମ୍ପର୍କରେ ଜାଣିବା ଇଚ୍ଛା ଥିଲେ ଏହି ବହିକୁ ପଢନ୍ତୁ । ଓଡ଼ିଶବାହାରର ଲୋକଙ୍କ ଅଭିପ୍ରାୟ ଥିଲେ ମଧ୍ୟ ଅନେକ ସମୟରେ ସେମାନେ ରାଜନୈତିକ ଉପାଦାନ ଥିବା ବହିଟିଏ ପାଆନ୍ତି ନାହିଁ । ତେଣୁ ଏହା ଏକ ଉପାଦେୟ ପୁସ୍ତକ ହେବ । ଏହାର ଓଡ଼ିଆ ରୂପନ୍ତରୀକରଣ ମଧ୍ୟ ଆବଶ୍ୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ସେ କହିଛନ୍ତି ଯେ ଓଡ଼ିଆ ନଜାଣି, ଓଡ଼ିଆ ନକହି ଓଡ଼ିଆ ନବୁଝି ଜଣେ ଏତେ ବର୍ଷ ଶାସନ କଲା ପରେ ଯାହା ଜାଣିଲି ଯେ ଓଡ଼ିଆ ମାନଙ୍କ ପ୍ରକୃତି ହେଲା ଓଡ଼ିଆ କହୁଥିଲେ ଆପଣଙ୍କୁ ଲୋକ ଭଲ ପାଇବେ ନାହିଁ । ସେମାନଙ୍କୁ ରାଜା ପସନ୍ଦ ।
ସମୁଦାୟ ପାଞ୍ଚଟି ବିଷୟରେ ଲେଖାଯାଇଛି ଯେଉଁଥିରେ ଚାରିଜଣ ବିଶେଷ ବ୍ୟକ୍ତିବିଶେଷଙ୍କ ସମେତ ଏକ ପରିସଂଖ୍ୟାନ ବାବଦରେ ଲେଖିଛନ୍ତି ।
ନବୀନ ବାବୁଙ୍କ ସରକାର ଆସିଥିବା ବେଳେ ଖବରକାଗଜରେ ଏକ ପ୍ରଶ୍ନ କରିଥିଲି ଓଡ଼ିଆ ନପଢ଼ି ପାରୁଥିବା ଓଡ଼ିଆ ନଜାଣିଥିବା ଲୋକଜଣେ ଓଡିଶାକୁ ଶାସନ କରି ପାରିବକି ବୋଲି ପଚାରିଥିଲି କିନ୍ତୁ ସର୍ଭେ ଉତ୍ତର ଯାହା ପାଇଲି ବିବେକ କହିଲା ତାହା ନଛାପିବାକୁ । ୭୬ ଭାଗ ଉତ୍ତର ଆସିଲା ଓଡିଶାକୁ ଶାସନ କରିବାକୁ ହେଲେ ଓଡ଼ିଆ ଜାଣିବା ଆବଶ୍ୟକ କଣ? ଆଜି ସେହି ନବୀନ ବାବୁଙ୍କ ସମ୍ପର୍କରେ ଲେଖିଛନ୍ତି ନେତାଜୀ ଅଭିନନ୍ଦନ । ଏକ ଗଣିତ ଅଛି ଯାହାକୁ ନେତା ମାନେ କଷିବା ଦରକାର ଯେ ଦେଇଛ କେତେ ଆଉ ପାଇଛ କେତେ? ଲୋକମାନେ ପ୍ରତିଥର ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି । ଏହି ସମୟରେ ପ୍ରେମ ସମ୍ପର୍କ ବାବଦରେ ଏକ ଉଦାହରଣ ଦେଇ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ ପ୍ରେମ କଲେ ପ୍ରେମିକ କିମ୍ବା ପ୍ରେମିକାର ପସନ୍ଦକୁ ଆପଣେଇବାକୁ ପଡେ । ଏମିତିକି ପ୍ରେମ କଲେ ପସନ୍ଦର ଲୋକଟି ହିସାବରେ ଖାଦ୍ୟ, ପୋଷାକ ଓ ଭାଷା ଗ୍ରହଣ କରିହୁଏ । କିନ୍ତୁ ଓଡ଼ିଆ ମାନେ ନବୀନ ପଟ୍ଟନାୟକ ଙ୍କୁ ଜଣେ ନୂଆ ଚରାଇଟ୍ର ଭାବେ ଦେଖି ଯଦି ଭଲ ପାଇଲେ ତାହାଲେ ଓଡ଼ିଆଙ୍କ ପଖାଳ ନବୀନ ପଟ୍ଟନାୟକ କେତେ ଖାଆନ୍ତି ଓ ତାଙ୍କ ପୋଷାକ କେତେ ପିନ୍ଧନ୍ତି ମୁଁ ଜାଣି ନାହିଁ ଏମିତିକି ବାଧ୍ୟବାଧ୍ୟକତାର ସହ ଭାଷା ଆପଣେଇଛନ୍ତି ଯେଉଁଥିପାଇଁ ଚଣ୍ଡିଖୋଲ କୁ ଚଡି ଖୋଲ ଓ ବାରିପଦାକ ବାଡିପଡା କହିନଥାନ୍ତେ । ସେଥିପାଇଁ ଅହଙ୍କାରର ଅଧିକାରୀ ମାନେ ଭାବିଥିଲେ ହୁଏତ ଚଡି ଖୋଲି ନେଲେ ବି ଏହି ଲୋକଟି ପ୍ରତିବାଦ କରିବ ନାହିଁ ।
ମେଣ୍ଟ ସମ୍ପର୍କରେ କାହିଁକି ଆଲୋଚନା ହେଉଥିଲା ? ନରେନ୍ଦ୍ର ମୋଦୀଙ୍କୁ ବ୍ୟବହାର କରାଯାଇଛି । ସେ ଯେଉଁ ସମ୍ପର୍କରେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ୨୦୨୪ ରେ ପୁରା ହେବ ତାହା ସେ ଚିନ୍ତା କରିନଥିଲେ । ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ହିଁ ଉତ୍ତର ଦେଇଥିଲା ବିଜେପିର ଅଭ୍ୟୁତପୂର୍ବ ସଫଳତା ଗୋଟେ ସ୍ବପ୍ନ ଦେଇଥିଲା ଯେ ବେଙ୍ଗଲ ପୂର୍ବରୁ ଓଡିଶାକୁ ଜୟ କରିହେବ। ଅମିତ ଶାହଙ୍କ ବାରମ୍ବାର ଗସ୍ତ ହେଉଥିଲା । ପୋଡା ଟ୍ରାନ୍ସଫର୍ମରକୁ ବଙ୍ଗୋପସାଗରରେ ଫିଙ୍ଗିଦେବା ନେଇ ଖବରକାଗଜ ରେ ଭଲ ଶୀର୍ଷକ ହେଉଥିଲା । ୨୦୧୯ ରେ କିନ୍ତୁ ସଫଳତା ହୋଇପାରିଲା ନାହିଁ । ଯେଉଁଥିପାଇଁ ସଫଳତା ପାଇବାକୁ ଅନେକ ସମୟ ଲାଗିଗଲା । ୨୦୨୪ ରେ କିନ୍ତୁ ଯଦି ସେଭଳି ସମ୍ଭାବନା ଥାନ୍ତା ତାହାଲେ କାହିଁକି ଉଭୟ ଦଳ ମିଳିତ ହୋଇ ମେଣ୍ଟ ପାଇଁ ଚୂଡାନ୍ତ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଇଥିଲା? କୌଣସି କାରଣରୁ ମେଣ୍ଟ ଭାଙ୍ଗିଗଲା ଓ ବିରାଟ ପରିବର୍ତ୍ତନ ହେଲା । ମେଣ୍ଟ ହୋଇଥିଲେ କଣ ହୋଇଥାନ୍ତା ଏସବୁର ଉତ୍ତର ସମୀକ୍ଷକ ମାନେ ଦେବା ଉଚିତ ।
ରାଜ୍ୟରେ ଅସ୍ମିତାର ବିଜୟ ହୋଇନାହିଁ ବରଂ ଅହଙ୍କାରର ପରାଜୟ ହୋଇଛି । ୪୦.୭ ଭୋଟ୍ ବିଜେପି ପାଇଛି । ୪୦.୨୨ ଭୋଟ୍ ବିଜେଡି ପାଇଛି କିନ୍ତୁ ବିଜେପି ଅଧିକ ସିଟ ପାଇଛି । ଅର୍ଥାତ ଆଞ୍ଚଳିକ ଦଳଟିଏ ମଧ୍ୟ ମୁଣ୍ଡ ଟେକି ଉଠିପାରିବ। ଅସ୍ମିତାକୁ ନେଇ ବଡ଼ ବଡ଼ କଥା କୁହନାହିଁ କିମ୍ବା ଅହଙ୍କାର କରନାହିଁ । ଅସ୍ମିତାକୁ ଅଧ୍ୟୟନ କରି ଯାହା କରିବା ଆବଶ୍ୟକ ତାହା କରାଯାଉ । ପ୍ରାଥମିକ ସ୍କୁଲକୁ ଯାଇ ସେଠାକାର ଦୁରାବସ୍ଥା ବାବଦରେ ସେ କହିଥିଲେ। ତେଣୁ ଧର୍ମେନ୍ଦ୍ରଙ୍କୁ ଅନୁରୋଧ କରିବି ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରନ୍ତୁ ।