ଓଡ଼ିଶା
The fourth session of the Legislative Assembly will begin from September 18th to 17th!

ଭୁବନେଶ୍ୱର ୨୬/ ଅଗଷ୍ଟ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟର ୨୫ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ କ୍ୟାବିନେଟ ବୈଠକରେ ୩ଟି ବିଭାଗର ମୋଟ ୪ଟି ପ୍ରସ୍ତାବ ଉପରେ ଆଲୋଚନା ଏବଂ ଅନୁମୋଦନ କରାଯାଇଥିଲା। ଏହା ସହିତ ବୋହୂ ପ୍ରତିକ୍ଷିତ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ତାରିଖ ଘୋଷଣା କରାଯାଇଥିଲା। ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ୧୮ ରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ କରିବା ପ୍ରସ୍ତାବକୁ ଉକ୍ତ ବୈଠକରେ ଅନୁମୋଦନ କରାଯାଇଛି।