ଅନ୍ୟାନ୍ୟଜୀବନଶୈଳୀ

ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ

 ଭୁବନେଶ୍ୱର  ଆସନ୍ତା ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଛି , ଯାହାକୁ ନେଇ ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ ।, ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ, ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ । ଯାହାକୁ ନେଇ ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ ।

ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜ୍ୟୋତିଷ ରାଜପଣ୍ଡିତ ଶିବନାରାୟଣ ମହାପାତ୍ର ଗଣନା କରି କହିଛନ୍ତି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି ।

ଯେମିତି ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡ଼ିଶା । ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପଡୁଛି ପ୍ରଥମ ଚନ୍ଦ୍ର ଗ୍ରହଣ। ତେବେ ଭାଦ୍ରବ ପୂର୍ଣ୍ନିମାରେ ହେବାକୁଥିବା ଚନ୍ଦ୍ର ଗ୍ରହଣ ହେଉଛି ରାହୁ ଗ୍ରସ୍ତ ଖ ଗ୍ରାସ ଚନ୍ଦ୍ର ଗ୍ରହଣ।

ଏହି ଚନ୍ଦ୍ର ଗ୍ରହଣ ଏହା ରାତି 9:58 ରେ ଆରମ୍ଭ ହେବ ଏବଂ 8 ସେପ୍ଟେମ୍ବର ରାତି 1:26 ରେ ଶେଷ ହେବ। ପ୍ରାୟ 3 ଘଣ୍ଟା 28 ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଏହି ଗ୍ରହଣ ସାରା ଭାରତରେ ଦୃଶ୍ୟମାନ ହେବ। ତେବେ ଚନ୍ଦ୍ର ଗ୍ରହଣ ପୁରୀରେ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ସାଢେ ତିନିଘଣ୍ଟା ଧରି ଏହା ଅନୁଷ୍ଠିତ ହେବ। ତେବେ ଚନ୍ଦ୍ରଗ୍ରହଣରେ ସୂତକ କାଳ ଲାଗିବ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି ।

ଚନ୍ଦ୍ରଗ୍ରହଣର ସୂତକ ସେପ୍ଟେମ୍ବର ୭ ତାରିଖ ଦିନ ୧୨ଟା ୧୯ ମିନିଟ ଠାରୁ ଲାଗୁ ହେବ । ଆଉ ୮ ତାରିଖ ରାତି ୧ଟା ୨୬ ମିନିଟରେ ସମାପ୍ତ ହେବ । ଛୋଟ ଶିଶୁ, ବୟସ୍କ ବ୍ୟକ୍ତି ଏବଂ ଅସୁସ୍ଥ ଲୋକଙ୍କ ପାଇଁ ସୂତକ କାଳ ସନ୍ଧ୍ୟା ୬ଟା ୩୬ ମିନିଟ୍‌ରୁ ଆାରମ୍ଭ ହୋଇ ଗ୍ରହଣ ଛାଡିବା ପର୍ଯ୍ୟନ୍ତ ଲାଗୁ ହେବ

ତେବେ ଚନ୍ଦ୍ରଗ୍ରହଣକୁ ନେଇ ପୁରୀ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ନିର୍ଘଣ୍ଟ ଅନୁଯାୟୀ ଦିନ ୧୨ଟା ୫୭ ମିନିଟ୍‌ ଠାରୁ ପାକ ତ୍ୟାଗ ବା ହାଣ୍ଡି ଛାଡ କରାଯିବ । ଏହା ସହିତ ଏହି ସମୟ ପରଠାରୁ ଦେବ ନୀତି ବି ନିଷେଧ କରାଯାଇଛି ।

Related Articles

Back to top button