
ଭୁବନେଶ୍ୱର, ଜୀବନରେ ସୁଖ-ସମୃଦ୍ଧିର ଅଭାବ ହେବ ନାହିଁ ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ସବୁ ଜିନିଷକୁ ଉଚିତ ଦିଗରେ ରଖାଯାଏ, ତେବେ।ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ପାଣି ସହ ଜଡ଼ିତ ଜିନିଷ ଯେମିତିକି ନଳ, ବେସିନ୍, ଗୀଜର, ସାୱାର ଇତ୍ୟାଦି ଜିନିଷକୁ ସଠିକ୍ ଦିଗରେ ଲଗାଇଲେ ଘରେ ସର୍ବଦା ଖୁସି ବଢିବ।
ପାଣି ସହ ଜଡ଼ିତ ସମସ୍ତ ଜିନିଷ ଆମ ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।
ଯଦି ସଠିକ୍ ଦିଗରେ ଏହାକୁ ନ ଲଗାଯାଏ, ତେବେ ଘରେ ଏହାର ନକରାତ୍ମକ ପ୍ରଭାବ ପଡେ।ଗାଧେଇବା ପାଇଁ ବାଥ ଟବ୍ ମଧ୍ୟ ଆପଣ ଉତ୍ତର ବା ଐଶାନ୍ୟ କୋଣରେ ଲଗାଇବା ଆବଶ୍ୟକ,
ପାଣିର ନଳକୁ ଏବଂ ସାୱାରକୁ ଘରର ଉତ୍ତର-ପୂର୍ବ ଦିଗରେ ଲଗାଇବା ଆବଶ୍ୟକ।ୱାଶ ବେସିନକୁ ମଧ୍ୟ ଉତ୍ତର ବା ଐଶାନ୍ୟ କୋଣରେ ଲଗାଇବା ଆବଶ୍ୟକ।
ଗୀଜରକୁ ଘରର ଆଗ୍ନେୟ କୋଣରେ ଲଗାଇବା ଆବଶ୍ୟକ।ପାଣି ନିଷ୍କାସନର ବ୍ୟବସ୍ଥା ଉତ୍ତର ଦିଗରେ ରଖିବା ଉଚିତ।