ଅନ୍ୟାନ୍ୟ

ଧାମନଡଙ୍ଗା ଗାଁ ବୁଲାଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: 2 ମୃତ

କଣ୍ଟାବାଞ୍ଜି() ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ବୁଲାଣିରେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ବାଇକ ଭାରସାମ୍ୟ ହରାଇ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।

କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତର ପଠାଇ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି। ଘଟଣାସ୍ଥଳକୁ ଦେଖିଲେ ଏହି ଦୁର୍ଘଟଣା ରାତି ସମୟରେ ହୋଇଥିବା ସନ୍ଦେହ କରାଯାଉଛି । ଗୋଟିଏ ବାଇକରେ ଦୁଇ ଜଣ କଣ୍ଟାବାଞ୍ଜି ଅଭିମୁଖେ ଆସୁଥିବା ବେଳେ ରାସ୍ତା ପାର୍ଶ୍ଵରେ ଥିବା ରୋଡ ଡିଭାଇଡର ରେ ବାଡେଇ ହୋଇ ବାଇକ ଚାଷ ଜମିକୁ ପଶିଯାଇଛି । ପ୍ରାୟ ୬ ରୁ ଅଧିକ ସିମେଣ୍ଟ ରେ ତିଆରି ରୋଡ ଡିଭାଇଡର ଭାଙ୍ଗିଥିବାରୁ ଜଣାଯାଉଛି ଯେ ଦୁର୍ଘଟଣା କେମିତି ହୋଇଥିବ ।

Related Articles

Back to top button
WP Twitter Auto Publish Powered By : XYZScripts.com