ଭୂମିକମ୍ପ ଝଟକାରେ ଥରିଲା ଆସାମ

ଭୁବନେଶ୍ୱର, ଭୂମିକମ୍ପ ଝଟକାରେ ଥରିଲା ଆସାମ। ରବିବାର ଅପରାହ୍ନରେ ଥରିଛି ଆସାମ। ପଶ୍ଚିମବଙ୍ଗର ସିଲିଗୁଡ଼ି ସମେତ ଉତ୍ତର ବଙ୍ଗରେ ପ୍ରବଳ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୫.୯ ମାପ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଉଦଲଗୁଡ଼ି ଜିଲ୍ଲାରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା
ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଅନୁଯାୟୀ, ରବିବାର ଅପରାହ୍ନ ୨ଟା ୪୧ ସମୟରେ ଉତ୍ତର-ପୂର୍ବ ଭାରତରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା । ଏହି ଭୂମିକମ୍ପର ଝଟକା ଆସାମର ଗୌହାଟୀ ସମେତ ଅନେକ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଭୁଟାନ ଏବଂ ବାଂଲାଦେଶର ଉତ୍ତର ଭାଗରେ ଭୂମିକମ୍ପ ଝଟକା ପହଞ୍ଚିଛି ।
ରବିବାର ଅପରାହ୍ନରେ କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ ରିକ୍ଟର ସ୍କେଲରେ ୨.୭ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଅପରାହ୍ନ ୧ଟା ୪୪ ରେ ଭୂମିକମ୍ପ ହୋଇଥିଲା ।
ଏହାର କେନ୍ଦ୍ରସ୍ଥଳ ରାଇଚୁର ନିକଟରେ 16.04 ଉତ୍ତର ଅକ୍ଷାଂଶ ଏବଂ 76.63 ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ଭୂମିକମ୍ପର ଗଭୀରତା ପ୍ରାୟ 10 କିଲୋମିଟର ଥିଲା।