ଫେଷ୍ଟିଭାଲ୍ ସିଜନ୍ ପାଇଁ ସବୁଠି ଆସିଲାଣି ଫେଷ୍ଟିଭାଲ୍ ଅଫର୍

ଭୁବନେଶ୍ୱର , ଫେଷ୍ଟିଭାଲ୍ ସିଜନ୍ ପାଇଁ ସବୁଠି ଆସିଲାଣି ଫେଷ୍ଟିଭାଲ୍ ଅଫର୍। ଆଗକୁ ମଧ୍ୟ ଆରମ୍ଭ ହେବାକୁ ଯାଉଛି ବିଗ୍ ବିଲିୟନ୍ ଡେ। ଆଉ ଏହାରି ଭିତରେ ଏୟାରଟେଲ୍ ମଧ୍ୟ ଆଣିଛି ଫେଷ୍ଟିଭାଲ୍ ଅଫର୍।ଏୟାରଟେଲ୍ ତାର ଉପଭୋକ୍ତାମାନଙ୍କ ପାଇଁ ଏକ ନୂଆ ଫେଷ୍ଟିଭ୍ ଅଫର୍ ଆଣିଛି। ଯେଉଁଥିରେ ଅନଲିମିଟେଡ୍ କଲିଂ, ଗୁଗୁଲ୍ ଓ୍ୱାନ୍ କ୍ଲାଉଡ୍ ଷ୍ଟୋରେଜ୍, ଅନଲିମିଟେଡ୍ କଲିଂ, ଓଟିଟି ଆପ୍ସ ସମେତ ଅନେକ ସୁବିଧା ପ୍ରଦାନ କରାଯାଇଛି।
ଏହାର ଫେଷ୍ଟିଭ୍ ଅଫରରେ ୧୦୦GB ପର୍ଯ୍ୟନ୍ତ କ୍ଲାଉଡ୍ ଷ୍ଟୋରେଜ୍ ସୋନିଲାଇଭ୍, ଜୀ5, ଆପଲ୍ ମ୍ୟୁଜିକ୍ ପ୍ରିମିୟମ୍ ସମେତ ଅନେକ ସୁବିଧା ପ୍ରଦାନ କରୁଛି।ଏୟାରଟେଲର ଏହି ଅଫର୍ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ଉପଭୋକ୍ତାଙ୍କ ପାଇଁ। ଏହା ସହିତ ପ୍ରିପେଡ୍ ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି।ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ଗୋଟିଏ ବର୍ଷ ପାଇଁ Perplexity AI ସୁବିଧା ମଧ୍ୟ ପ୍ରଦାନ କରାଯିବ। କମ୍ପାନୀ ଏହାର ଫେଷ୍ଟିଭାଲ ୟୁଜରଙ୍କ ପାଇଁ ଦୁଇଟି ନୂତନ ପ୍ରିପେଡ୍ ଯୋଜନା ମଧ୍ୟ ଆରମ୍ଭ କରିଛି।ଏୟାରଟେଲ୍ ପ୍ରିପେଡ୍ ପ୍ଲାନ୍ ୩୪୯ ଟଙ୍କାରେ ଉପଲବ୍ଧ। ଏହି ପ୍ଲାନ୍ରେ ୟୁଜର୍ସଙ୍କୁ ୨୮ ଦିନର ବୈଧତା ମିଳିବ। ଏହି ପ୍ଲାନ୍ରେ ୟୁଜର୍ସଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ, ଦୈନିକ ୧୦୦ଟି ମାଗଣା SMS, ୨GB ଡାଟା, ଅନଲିମିଟେଡ୍ ୫G ଡାଟା, ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ପ୍ଲେ ପ୍ରିମିୟମ୍ର ସବସ୍କ୍ରିପସନ୍ ମଧ୍ୟ ମିଳିବ। ଏଥିରେ ୟୁଜର୍ସଙ୍କୁ ୨୨ଟି OTT ଆପ୍ର ସୁବିଧା ମଧ୍ୟ ମିଳିବ।
ଏହି ନୂଆ ପ୍ଲାନ୍ ଦୈନିକ ୪GB ଡାଟା ସହିତ ଆସୁଛି। ଏହା ବ୍ୟତୀତ ଏହି ପ୍ଲାନ୍ରେ ଉପଭୋକ୍ତାମାନେ ଜିଓ ହଟଷ୍ଟାର ସବସ୍କ୍ରିପସନ୍ ମଧ୍ୟ ପାଆନ୍ତି।ଏହି ପ୍ଲାନ୍ ୨୮ ଦିନର ବୈଧତା ସହିତ ମଧ୍ୟ ଆସିଥାଏ। ଏଥିରେ ଅନଲିମିଟେଡ୍ ୫GB ଡାଟା, ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ପ୍ଲେ ପ୍ରିମିୟମ୍ ଭଳି ସୁବିଧା ମଧ୍ୟ ଉପଲବ୍ଧ। ଏହି ପ୍ଲାନ୍ରେ ଅନଲିମିଟେଡ୍ କଲିଂ ଏବଂ ଦୈନିକ ୧୦୦ ମାଗଣା SMS ମଧ୍ୟ ଉପଲବ୍ଧ ହେବ। ଏୟାରଟେଲର ୧୦୦ ଟଙ୍କାର ଡାଟା ପ୍ୟାକ୍ ମଧ୍ୟ ଅଛି। ଏଥିରେ ୟୁଜର୍ସଙ୍କୁ ମୋଟ ୬GB ଡାଟା ମିଳିଥାଏ। କମ୍ପାନୀ ଏହି ପ୍ଲାନରେ ୧GB ଅତିରିକ୍ତ ଡାଟା ପ୍ରଦାନ କରେ। ଏହି ପ୍ୟାକର ବୈଧତା ୩୦ ଦିନ।